Latest Odisha News

ରତ୍ନଭଣ୍ଡାର ପ୍ରସଙ୍ଗରେ ଏପରି କହିଲେ ସୁଦର୍ଶନ ପଟ୍ଟନାୟକ…

ପୁରୀ: ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇସାରିଛି । ସରକାରଙ୍କ ତରଫରୁ ଗଠିତ ତଦାରଖ କମିଟି ତାର କୌଣସି ରିପୋର୍ଟ ପରେ ହିଁ ଅନ୍ୟ ନିଷ୍ପତ୍ତି ନିଆଯାଇପାରିବ ।

ସୁଦର୍ଶନ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ଘଟଣାରେ ଏଫ୍ ଆୟାର ଦେବା ନଦେବା କଥା ତଦାରଖ କମିଟି ବା ପରିଚାଳନା କମିଟିର ଅନ୍ୟ ସମସ୍ତ ସଦସ୍ୟ ନିଷ୍ପତ୍ତି ନେଇପାରିବେ । କିନ୍ତୁ ଏହି ଘଟଣା ଯେହେତୁ ଭକ୍ତଙ୍କ ଭାବାବେଗକୁ ପ୍ରଚଣ୍ଡ ଆଘାତ ଦେଇଛି ତେଣୁ ଏହାର ସଠିକ୍ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ସେହିପରି, ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସିବିଆଇ ତଦନ୍ତ ଦାବି କରି ସାରିଛି । ଆଗକୁ ଏଜେଣ୍ଡାରେ ଆସିବ ନା ନାହିଁ ଦେଖିବାକୁ ବାକି । କିନ୍ତୁ ବର୍ତ୍ତମାନର ସରକାର ଏକ ଶକ୍ତିଶାଳୀ ଏସଓପି ପ୍ରସ୍ତୁତ କରିଛନ୍ତି । ତେଣୁ ସରକାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସେ ଏହା ରତ୍ନଭଣ୍ଡାର ପ୍ରସଙ୍ଗରେ ସଠିକ୍ ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

Comments are closed.