Latest Odisha News

କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣା: କାହିଁକି ଟିଏମସି ପ୍ରବକ୍ତା ପଦରୁ ହଟିଲେ ଶାନ୍ତନୁ ସେନ୍

କୋଲକତା: କୋଲକାତାର ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ମନ୍ତବ୍ୟ ଦେବା ଟିଏମସିର ପୂର୍ବତନ ସାଂସଦ ଶାନ୍ତନୁ ସେନଙ୍କୁ ମହଙ୍ଗା ପଡିଛି । ଶାନ୍ତନୁ ସେନଙ୍କ ବିବୃତ୍ତିକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହି ତାଙ୍କୁ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି ।

ଶାନ୍ତନୁ ତାଙ୍କ ମନ୍ତବ୍ୟରେ କହିଥିଲେଯେ, ସେଠାକାର ଶିକ୍ଷା ନର୍କକୁ ଚାଲିଯାଇଛି । ତେବେ ଏଠି ପ୍ରଶ୍ନ ଉଠିଛି ଯେ ଆରଜି କର ପ୍ରସଙ୍ଗରେ ଶାନ୍ତନୁଙ୍କୁ ମୁହଁ ଖୋଲିବା କଣ ମହଙ୍ଗା ପଡିଛି? ତେବେ ଦଳ ତାଙ୍କୁ ମୁଖପାତ୍ର ପଦରୁ ହଟାଇ ଦେଇଛି ବୋଲି ଟିଏମସି ମୁଖପାତ୍ର ଜୟ ପ୍ରକାଶ ମଜୁମଦାର କହିଛନ୍ତି ।

ଜୟପ୍ରକାଶ ମଜୁମଦାର ଆହୁରି କହିଛନ୍ତି, “ପୂର୍ବତନ ସାଂସଦ ଶାନ୍ତନୁ ସେନଙ୍କୁ ତୃଣମୂଳ କଂଗ୍ରେସର ମୁଖପାତ୍ର ତାଲିକାରୁ ହଟାଇ ଦିଆଯାଇଛି । ଏହା ଅନେକ ଦିନ ପୂର୍ବରୁ କରାଯାଇଥିଲା । ଆରଜି କର ଘଟଣା ଆରମ୍ଭ ପରେ ତାଙ୍କୁ ତୁରନ୍ତ ହଟାଇ ଦିଆଯାଇଥିଲା। ”

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିବାବେଳେ, ଆଜି ମୋତେ ଏହାକୁ ସ୍ପଷ୍ଟ କରିବାର ଦାୟିତ୍ବ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ସେ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ତାଙ୍କ ବ୍ୟକ୍ତିଗତ । ଏହାକୁ ଦଳ ସମର୍ଥନ କରୁନାହିଁ ।

Comments are closed.