Latest Odisha News

BREAKING NEWS

ଚିକିଟି ମଦ ମୃତ୍ୟୁ ମାମଲା: ବିଷାକ୍ତ ମଦ ନେଇଗଲା ଆଉ ଜଣଙ୍କର ଜୀବନ

ଭୁବନେଶ୍ବର: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଲୋକନାଥ ବେହେରା । ତାଙ୍କର ମୃତ୍ୟୁ ସହିତ ମଦ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ତେବେ ପୂର୍ବରୁ ଏହି ବିଷାକ୍ତ ମଦ ପିଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଜନାପୁର ଅଞ୍ଚଳର ଜୁର ବେହେରା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଜନାପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଥିଲେ । ଆଉ ସେ ସ୍ଥିତି ସୁଧୁରିନଥିବା ବେଳେ ଏବେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଯାବତ ଗଲାଣି ୨ ଜଣଙ୍କର ଜୀବନ । ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୨ ଜଣ ଭର୍ତ୍ତି ହୋଇଥିଲେ। ପୂର୍ବରୁ ଆଇସିୟୁରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍‌ ମଦ ମାଫିଆ ସୁରେନ୍ଦ୍ର ମଲ୍ଲିକ ସହଯୋଗୀ ନିରଞ୍ଜନ ମଲ୍ଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।

Comments are closed.