Latest Odisha News

ମୋଦି ଓ ଯୋଗୀଙ୍କୁ ପ୍ରଶଂସା କରି ହଟହଟା ମହିଳା; ତଲାକ୍ ଦେଲେ, ଜୀବନରୁ ମାରି… 

ବାହରାଇଚ: ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଜଣେ ମହିଳା ହଟହଟା ହୋଇଛନ୍ତି। ମହିଳା ଙ୍କ ସ୍ୱାମୀ ତାଙ୍କୁ ତିନ ତଲାକ୍ ଦେଇଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଜୀବନ ନେବାକୁ ସ୍ୱାମୀ ଚେଷ୍ଟା ମଧ୍ୟ କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ଏବଂ ତାଙ୍କ ପରିବାରର ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ ଅନୁସାରେ, ମରିୟମ ନାମକ ମୁସଲିମ ମହିଳା ତାଙ୍କ ସ୍ୱାମୀ ମାଡ ମାରିବା ସହ ତାଙ୍କ ଉପରେ ଗରମ ଡାଲି ଫିଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି। ଯେଉଁ ଦିନ ତାଙ୍କ ସ୍ୱାମୀ ତାଙ୍କୁ ଟ୍ରିପଲ୍ ତଲାକ୍ ଦେଇଥିଲେ, ଶାଶୁ ଘର ଲୋକେ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ।

ପୀଡିତା ଜଣକ ବାହରାଇଚର ଜରୱାଲ ସ୍ଥିତ ମୋହଲା ସରାଇର ବାସିନ୍ଦା। ସେ ୧୩ ଡିସେମ୍ବର ୨୦୨୩ରେ ଅଯୋଧ୍ୟା ଦିଲ୍ଲୀ ଦାରୱାଜା ମୋହଲାର ବାସିନ୍ଦା ଅର୍ଶଦଙ୍କୁ ବିବାହ କରିଥିଲେ।

ବିବାହ ପରେ ଯେତେବେଳେ ସେ ସ୍ବାମୀଙ୍କ ସହ ଅଯୋଧ୍ୟା ବୁଲିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ସହରର ରାସ୍ତା, ସରକାରଙ୍କ ଦ୍ୱାରା କରାଯାଇଥିବା ସୌନ୍ଦର୍ଯ୍ୟକରଣ ଏବଂ ବିକାଶ କାର୍ଯ୍ୟ ଖୁବ୍ ପସନ୍ଦ ଆସିଥିଲା। ଏପରିକି ଘରେ ପହଞ୍ଚିବା ପରେ ସ୍ୱାମୀଙ୍କ ସାମ୍ନାରେ ପିଏମ ମୋଦୀ ଏବଂ ସିଏମ ଯୋଗୀଙ୍କ ପ୍ରଶଂସା ମଧ୍ଯ କରିଥିଲେ। ଯାହା ପରେ ତାଙ୍କ ସ୍ୱାମୀ ରାଗିଯାଇ ତାଙ୍କୁ ବାହରାଇଚସ୍ଥିତ ବାପା ଘରକୁ ପଠାଇଦେଇଥିଲେ।

ତେବେ ସମ୍ପର୍କୀୟଙ୍କ ହସ୍ତକ୍ଷେପ ଯୋଗୁ ସେ କିଛି ଦିନ ପରେ ଶାଶୁ ଘରକୁ ଫେରି ଆସିଥିଲେ। କିନ୍ତୁ ଯେତେବେଳେ ମୁଁ ମୋର ଶାଶୁ ଘରକୁ ଗଲି ସେତେବେଳେ ସ୍ୱାମୀ ମୋତେ ତିନ ତଲାକ୍ ଦେବା ସହ ପରିବାର ଲୋକେ ମୋତେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Comments are closed.