Latest Odisha News

BREAKING NEWS

ଅଡୁଆରେ ରେମୋ ଡି’ସୁଜା, ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ବଡ଼ ଝଟକା। ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବାକୁ ଦାବିରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ଆବେଦନରେ ଚାର୍ଜସିଟକୁ ଚ୍ୟାଲେଞ୍ଜ କରାଯାଇ ନାହିଁ, ଏହି ଅନୁପସ୍ଥିତି କାରଣରୁ କୋରିଓଗ୍ରାଫରଙ୍କୁ ମିଳିବ ନାହିଁ ଆଶ୍ଵସ୍ତି ।

କୋରିଓଗ୍ରାଫର ଗାଜିଆବାଦ ବ୍ୟବସାୟୀ ସତ୍ୟେନ୍ଦ୍ର ତାଇଗୀଙ୍କୁ ବର୍ଷକୁ ୧୦ କୋଟି ଟଙ୍କା ଫେରସ୍ତ କରିବାକୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବଦଳରେ ସେ ଏହି ବ୍ୟବସାୟୀଙ୍କୁ ଫିଲ୍ମରେ ୫ କୋଟି ଟଙ୍କା ବିନିଯୋଗ କରିବାକୁ ଲଗାଇଥିଲେ। ରେମୋଙ୍କ କଥାକୁ ବିଶ୍ୱାସ କରି ବ୍ୟବସାୟୀ ୨ ଲକ୍ଷ ଟଙ୍କା ଏବଂ ଚେକ୍ ମାଧ୍ୟମରେ ୩ ଲକ୍ଷ ଟଙ୍କା ଦେଇଥିଲେ। ଯେତେବେଳେ ସେ ଟଙ୍କା ମାଗିଥିଲେ, ରେମୋ ତାଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍ ପ୍ରସାଦ ପୂଜାରୀଙ୍କୁ କଲ କରି ଟଙ୍କା ମାଗି ନଦେବାକୁ ଧମକ ଦେଇଥିଲେ। ଏହା ପରେ ସତ୍ୟେନ୍ଦ୍ର ତାଇଗୀ ୮ ବର୍ଷ ପୂର୍ବେ ଗାଜିଆବାଦର ସିହାନି ଗେଟ୍ ଥାନାରେ ରେମୋଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ ରେମୋ ହାଇକୋର୍ଟଙ୍କ ନିକଟକୁ ଯାଇ ମାମଲା ବାତିଲ କରିବାକୁ ଆବେଦନ କରିଥିଲେ।

ବ୍ୟବସାୟୀ ୨୦୧୬ ରେ ରେମୋଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରସାଦ ପୂଜାରୀଙ୍କ ଠାରୁ ବ୍ୟବସାୟୀ ସତ୍ୟେନ୍ଦ୍ର ତାଇଗୀ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଧମକ ଯାଞ୍ଚ କରିଥିଲା। ପୋଲିସ ଆଇପିସିର ଧାରା ଅନୁଯାୟୀ ଗାଜିଆବାଦ ଟ୍ରାଏଲ କୋର୍ଟରେ ରେମୋ ଡି’ସୁଜା ଏବଂ ଅଣ୍ଡରୱାର୍ଲ୍ଡ ଡନ୍ ପ୍ରସାଦ ପୂଜାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ପରେ ରେମୋଙ୍କୁ ହାଜର ହେବାକୁ କୋର୍ଟ ଡକାଇଥିଲେ।

ରେମୋଙ୍କ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ସେ କହିଥିଲେ ଯେ ତାଙ୍କୁ ଭୁଲ୍ ସମ୍ପୃକ୍ତ କରାଯାଇଛି। ସେ ସେପରି କିଛି କରିନାହାଁନ୍ତି। ତେବେ ବ୍ୟବସାୟୀ ସତ୍ୟେନ୍ଦ୍ରଙ୍କ ଓକିଲ, ରେମୋଙ୍କ ଓକିଲଙ୍କ ଯୁକ୍ତିକୁ ବିରୋଧ କରିଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରେମୋଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ରାଜୀବ ମିଶ୍ରଙ୍କ ଏକକ ବେଞ୍ଚ ଦ୍ୱାରା ଏହି ନିଷ୍ପତ୍ତି ଦିଆଯାଇଛି।

Comments are closed.