Latest Odisha News

ମାତ୍ର ୩୦ ବର୍ଷରେ ଟେନିସକୁ ଅଲବିଦା କହିଲେ ଥିଏମ

ନ୍ୟୁୟର୍କ: ଅଷ୍ଟ୍ରିଆର ଡୋମିନିକ ଥିଏମ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଏଥିସହ ଏହି ୩୦ ବର୍ଷୀୟ ଟେନିସ ଖେଳାଳିଙ୍କ ଏହା ଶେଷ ବଡ ଟୁର୍ଣ୍ଣାମେଂଟ ଦୁଃଖଦ ଢ଼ଙ୍ଗରେ ଶେଷ ହୋଇଛି । ଅକ୍ଟୋବରରେ ସେ ଭିଏନା ଏଟିପି ୫୦୦ ଖେଳିବେ ଏବଂ ଏହା ପରେ ଆନ୍ତର୍ଜାତୀୟ ଟେନିସକୁ ଅଲବିଦା କହିବେ । ୨୦୨୦ରେ ଥିଏମ ୟୁଏସ ଓପନ ଟାଇଟଲ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ଥିଏମଙ୍କୁ ଆମେରିକାର ବେନ ଶେଲ୍ଟନ ୬-୪, ୬-୨ ଓ ୬-୨ ସେଟରେ ପରାସ୍ତ କରିଥିଲେ ।

ଆଜିର ଦିନ ମୋ ପାଇଁ ଯେତିକି ଖୁସି ଆଣିଛି ସେତିକି ଦୁଃଖ ମଧ୍ୟ ବୋଲି ସେ କହିଛନ୍ତି । ଶେଷ ମ୍ୟାଚ ଆମେରିକାରେ ଖେଳିବା ନିଶ୍ଚିତ ଭାବେ ସନ୍ତୋଷଜନକ ଥିଲା ବୋଲି ଥିଏମ କହିଛନ୍ତି ।
ସୁମିତ ହାରିଲେ: ଭାରତର ଷ୍ଟାର ଖେଳାଳି ସୁମିତ ନାଗଲ ନୈରାଶ୍ୟଜନକ ଢ଼ଙ୍ଗରେ ତାଙ୍କ ଅଭିଯାନ ଶେଷ କରିଛନ୍ତି । ନାଗଲ ପ୍ରଥମ ରାଉଣ୍ଡରେ ନେଦରଲାଣ୍ଡର ଟେଲୋନ ଗ୍ରୀକସ୍ପୁରଙ୍କ ନିକଟରୁ ୬-୧, ୬-୩ ଓ ୭-୬ରେ ପରାଜିତ ହୋଇଛନ୍ତି ।

Comments are closed.