Latest Odisha News

BREAKING NEWS

ମୋହନ ବାଗାନକୁ ହରାଇ ନର୍ଥଇଷ୍ଟ ୟୁନାଇଟେଡ ଜିତିଲା ଡୁରାଣ୍ଡ କପ

କୋଲକାତା: ମୋହନ ବାଗାନକୁ ପେନାଲ୍ଟି ଶୁଟଆଉଟରେ ହରେଇ ନର୍ଥଇଷ୍ଟ ୟୁନାଇଟେଡ ଡୁରାଣ୍ଡ କପ ୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟର ଟାଇଟଲ ହାସଲ କରିଛି । ଏଥିସହ ପ୍ରଥମ ଥର ପାଇଁ ନର୍ଥଇଷ୍ଟ କ୍ଲବ ଟ୍ରଫି ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ରହିଥିଲା । ଜେସନ କମିଙ୍ଗସ ଓ ସହଲ ଅବଦୁଲ ସମଦ ପ୍ରଥମାର୍ଦ୍ଧରେ ୨ଟି ଗୋଲ ସ୍କୋର କରି ମୋହନବାଗାନକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଏକ ନିଶ୍ଚିତ ବିଜୟ ଅଭିମୁଖେ ଦଳ ଯାଉଥିବା ବେଳେ ନର୍ଥଇଷ୍ଟର ଗିଲମୋଁ ଓ ଆଲାଦୀନ ଅଜରେଇ ଦ୍ୱିତୀୟାର୍ଦ୍ଧରେ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସମାନ ସ୍ଥିତିକୁ ଆଣି ଦେଇଥିଲେ ।

ପେନାଲ୍ଟି ଶୁଟଆଉଟରେ ନର୍ଥଇଷ୍ଟ ୪-୩ରେ ବିଜୟୀ ହୋଇଥିଲା । ନର୍ଥଇଷ୍ଟ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା । ଦଳ ଓଭରାଲ ୧୬ ଗୋଲ ସ୍କୋର କରିଥିବା ବେଳେ ଗୋଟିଏ ଗୋଲ ଖାଇଥିଲା । ଅପରପକ୍ଷରେ ମୋହନବାଗାନ ୨ଟି ପେନାଲ୍ଟି ଶୁଟଆଉଟ ମୁକାବିଲାରେ ଜିତି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା ।

Comments are closed.