Latest Odisha News

‘ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ କଦାପି ଗ୍ରହଣ କରିବି ନାହିଁ’

ଭୁବନେଶ୍ବର: ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଲେ ”ମୁଁ ରେଭେନ୍ସାର ଜଣେ ଛାତ୍ର । ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ କଦାପି ଗ୍ରହଣ କରିବି ନାହିଁ । କେବଳ ନାମ ବଦଳାଇଦେଲେ କାମ କେବେ ବଦଳିଯିବ ନାହିଁ । ଧିରେ ଧିରେ ଆଗ ଅପେକ୍ଷା ଶିକ୍ଷାର ମାନ ହ୍ରାସ ପାଉଛି । ଏଣୁ ଶିକ୍ଷାର ମାନ କିପରି ଉପରକୁ ଯିବ ତାହା ଉପରେ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି ।”

କେନ୍ଦ୍ରଶିକ୍ଷା ମନ୍ତ୍ରୀ ବିତର୍କରେ ଆହ୍ବାନ କରିଥିବାରୁ ସେ ଏହାକୁ ସ୍ବୀକାର କରିଛନ୍ତି । ତେବେ ନାମରେ ନୁହେଁ କାମରେ ବିଶ୍ବାସ ରଖନ୍ତୁ । କାରଣ ବିଗତ ବର୍ଷମାନଙ୍କରେ ଫଳକ ଓ ନାମକରଣ ପ୍ରକ୍ରିୟାକୁ ନେଇ ସେ ସମାଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଗତକାଲି ସ୍ଵାୟତ୍ତ ଶାସନ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ହେବା ଦରକାର ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏହାପରେ ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ତେଜିଛି । ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ରେଭେନ୍ସା, ଯାହାଙ୍କ ପରେ ବିଶ୍ୱବିଦ୍ୟାଳୟର ନାମକରଣ ହୋଇଥିଲା, ସେ ୧୮୬୬ ମସିହାରେ ଓଡିଶାର ରାଜ୍ୟ କମିଶନର ଥିଲେ, ସେତେବେଳେ ସେ କ’ଣ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ ।

Comments are closed.