Latest Odisha News

BREAKING NEWS

ସାତକୋଶିଆକୁ ଆସିବେ ଆଉ ୧୪ ବାଘୁଣୀ

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁକୂଳ ହୋଇଥିବାରୁ ପୁଣି ଆସିବେ ମହାବଳ ବାଘ । ଆଉ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଖବର ମୁତାବକ, ଓଡ଼ିଶାର ବାଘଙ୍କ ସହ ମହାରାଷ୍ଟ୍ରର ତଡବା ଜଙ୍ଗଲରେ ଥିବା ବାଘଙ୍କ ବଂଶଗତ ସାମଞ୍ଜସ୍ୟ ଥିବାରୁ ସେଠାରୁ ପୁଣି ଆଉ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏ ଅନୁମତି ଦେଇଛି । ଏହା ପୂର୍ବରୁ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ୬ଟି ଗାଁ ଖାଲି ହୋଇଥିବା ବେଳେ, ଆଉ କିଛି ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବ । ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ ।

ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବେ ଗୋଟିଏ ବାଘ ଆଉ ଗୋଟିଏ ବାଘୁଣୀକୁ ସାତକୋଶିଆକୁ ଅଣାଯାଇଥିଲା । ହେଲେ ଦୁଃଖର ବିଷୟଯେ ଶିକାରୀଙ୍କ ଫାସରେ ପଡି ବାଘର ମୃତ୍ୟୁ ଘଟିଥିବା ବେଳେ, ବାଘୁଣୀଟି ମଣିଷ ମାରିବା ହେତୁ ତାକୁ ପୁଣି ଉକ୍ତ ରାଜ୍ୟକୁ ଫେରାଇଦିଆଯାଇଥିଲା ।

Comments are closed.