Latest Odisha News

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ ଜାରୀ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଟିମଇଣ୍ଡିଆ ଟୋକିଓ ଅଲିମ୍ପିକ୍ସର ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି । ଟୋକିଓ ଗେମ୍ସରେ ଭାରତ ୧୯ ପଦକ ଜିତିଥିଲା । ଏବେ ପ୍ୟାରିସରେ ଏହା ଖବର ଲେଖା ହେବା ପର୍ଯ୍ୟନ୍ତ ୨୦ରେ ପଂହଚି ସାରିଛି । ଭାରତ ଏଥର ୨୫ ଟାର୍ଗେଟରେ ଓହ୍ଲାଇଥିଲା । ଯାହାକି ପୂର୍ଣ୍ଣ ହେବା ପରି ଲାଗୁଛି । ୩ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି । ସୂଚନାଯୋଗ୍ୟ, ପାରା ଅଲିମ୍ପିକ୍ସର ଆରମ୍ଭ ରୋମରେ ୧୯୬୦ରେ ହୋଇଥିଲା । ଭାରତ ୧୯୬୮ରେ ପାରା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା । ପଦାର୍ପଣ ଗେମ୍ସରେ ଭାରତ ପଦକ ଜିତି ପାରି ନ ଥିଲା ।

୧୯୭୨ ହିଡଲବର୍ଗ ଗେମ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୭୬ ଓ ୧୯୮୦ ଗେମ୍ସରେ ଟିମଇଣ୍ଡିଆ ଅଂଶଗ୍ରହଣ କରି ନ ଥିଲା । ୧୯୮୪ରେ ୪ ପଦକ ସହ ୩୭ତମ ସ୍ଥାନରେ ରହିଥିଲା । ୧୯୮୮, ୧୯୯୨, ୧୯୯୬, ୨୦୦୦ ଓ ୨୦୦୮ ଗେମ୍ସରେ ଭାରତ କୌଣସି ପଦକ ଜିତି ନ ଥିଲା । ୨୦୦୪ରେ ୪, ୨୦୧୨ରେ ୧ ଓ ୨୦୧୬ରେ ୪ ପଦକ ହାସଲ କରିଥିଲା । ଏବେ ପ୍ୟାରିସ ଗେମ୍ସରେ ଭାରତ ନିକଟରେ ଇତିହାସ ରଚିବା ସୁଯୋଗ ରହିଛି । ଆଉ ୩ଟି ସ୍ୱର୍ଣ୍ଣ ପଦକ ହାସଲ କଲେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ହେବ ।

Comments are closed.