Latest Odisha News

ଆପଣଙ୍କ ଟଙ୍କା ବି ସାହାରାରେ ଫସିଛି କି? ତାହେଲେ ଜାଣନ୍ତୁ… ସମ୍ପତି ବିକ୍ରି କରି ଟଙ୍କା ଫେରାଇବ ସାହାରା

ନୂଆଦିଲ୍ଲୀ: ସାହାରାକୁ ଲାଗିଲା ସୁପ୍ରିମକୋର୍ଟଙ୍କ ଝଟକା | କହିଲେ ଯାହା କରୁଛ କର ହେଲେ ଯଥା ଶୀଘ୍ର ନିବେଶକଙ୍କ ଟଙ୍କା ଫେରାଅ | ଏଥିପାଇଁ ନିଜର ସମସ୍ତ ସମ୍ପତି ବି ବିକ୍ରି କରି ଟଙ୍କା ଫେରାଇ ପାରିବ |ସେବି – ସାହାରା ରିଫଣ୍ଡ୍ ଖାତାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଜମା କରିବା ପ୍ରସଙ୍ଗକୁ ନେଇ କିଛି ଏପରି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ସେବି ବନାମ ସାହାରା ମାମଲାରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି, ନିବେଶକଙ୍କୁ ତାଙ୍କ ତାଙ୍କ ନିବେଶ ପୁଞ୍ଜି ଫେରାଇବା ପାଇଁ ସେବି- ସାହାରା ରିଫଣ୍ଡ ଖାତାରେ ପାଖାପାଖି ୧୦ହଜାର କୋଟି ଜମା କରିବା ପାଇଁ ସାହାରାକୁ ତାର ସମସ୍ତ ସମ୍ପତ୍ତି ବିକ୍ରି କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ସେ ଏହାକୁ ବିକ୍ରି କରି ନିବେଶକଙ୍କ ଟଙ୍କା ଫେରାଇ ପାରିବ।

ତେବେ ପୂର୍ବରୁ ମଧ୍ୟ 2012ରେ ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ସଫା ସଫା କହିଦେଇଥିଲେ କି ସାହାରକୁ ବର୍ଷକୁ ୧୫ ଫିସଦି ସୁଧ ସହିତ ସେବିକୁ ଫେରାଇବାକୁ ହେବା, ହେଲେ ୧୦ ବର୍ଷ ବିତିଯାଇଥିଲେ ବି ଏହା ଉପରେ କିଛି ବି ଗୁରୁତ୍ୱାରୋପ କରିନଥିଲା ସାହାରା।

ତେବେ କହିରଖୁଛୁ, ସାହାରା ଗ୍ରୁପର ୪ ଟି କୋଅପରେଟିଭ୍ ସୋସାଇଟିଜରେ ପ୍ରାୟ ୩ କୋଟି ନିବେଶକ ନିଜର ପୁଞ୍ଜି ରାଶି ନିବେଶ କରିଥିଲେ। ହେଲେ ସେମାନଙ୍କର ସମୟସୀମା ସରିଥିଲେ ମଧ୍ୟ ସେମାନଙ୍କୁ ତାଙ୍କର ପୁଞ୍ଜିନିବେଶ ମିଳିନଥିଲା। ଯାହାକୁ ନେଇ ଆଜି ସାହାରକୁ ଆଜି ରୋକ ଠୋକ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

Comments are closed.