Latest Odisha News

BREAKING NEWS

ଆସନ୍ତାକାଲି ସକାଳ ଯାଏଁ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସନ୍ତାକାଲି ସକାଳ ଯାଏଁ ୨ଟି ଜିଲ୍ଲାକୁ ଅରେଞ୍ଜ ଓ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ କରାଯାଇଛି ।

ସେହିପରି, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ରହିଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳକୁ ମଧ୍ୟ ପ୍ରବଳ ବର୍ଷା ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହି ସମୟରେ ବର୍ଷାରେ କିଛି ସ୍ଥାନରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ । ଏହା ସହ ମାଟି ଘର ଭାଙ୍ଗିବା ସହ ରାସ୍ତାରେ ଯାତାୟାତ ସମସ୍ୟା ଉପୁଯିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Comments are closed.