Latest Odisha News

ଭୁଟାନ ଆପଣାଇବ ବିଏମସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ

ଭୁବନେଶ୍ବର: ଭୁଟାନ ଆପଣାଇବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ । ଏନେଇ ଆଜି ଭୁଟାନର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସିଛନ୍ତି । ସେମାନେ ଏଠାରେ ୪ ଦିନ ରହି ଏସବୁକୁ ଅନୁଧ୍ୟାନ କରିବେ । ଏହି ଟିମ୍‌ ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ରହିଛନ୍ତି ।

ଭୁଟାନର ଏହି ଟିମ୍ କୁ ବିଏମସିର ମଳ ଓ ବର୍ଜ୍ୟ ପରିଚାଳନା ସହ ତା’ର ପ୍ରକ୍ରିୟାକରଣ ସମ୍ପର୍କରେ ବୁଝାଇବା ପାଇଁ ସହକାରୀ କମିଶନର ଏନ୍‌. ଗଣେଶ ବାବୁଙ୍କୁ ଦାୟିତ୍ୱ ଦିଆଯାଇଛି ।

ତେବେ ଆଜି ବିଏମସି ଅଧୀନ ବାସୁଆଘାଇ ସ୍ଥିତ ମଳ ପରିଚାଳନା କେନ୍ଦ୍ର ବୁଲି ଦେଖିବା ସହ ବିଭିନ୍ନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମସିସି) ଏବଂ ମ୍ୟାଟେରିଆଲ ରିକଭରି ଫାସିଲିଟି (ଏମଆରଏଫ) ବୁଲି ଦେଖିଛନ୍ତି । ଓଡିଶା ଅର୍ବାନ ଏଡାଡେମୀ ଅଧିକାରୀଙ୍କ ସହ ଭୁଟାନର ପ୍ରିତିନିଧି ଦଳ ମଳ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ।

ଏକାଡେମୀ ପକ୍ଷରୁ ସେମାନଙ୍କର ବିଭିନ୍ନ ଏଫଏସଏସଏମ, ଏସଡବ୍ଲ୍ୟୁଏମ ଏବଂ ୟୁଆରସି ବୁଲି ଦେଖାଇବା ସହ ଓଡିଶାର ସଫଳତାର କାହାଣୀ ସମ୍ପର୍କରେ ଅବଗତ କରାଯାଇଛି ।

ଏହା ସହ ବିଏମସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣକୁ ବହୁ ପ୍ରଶଂସା କରି ଭୁଟାନରେ ଏହି ଭଳି ଭାବେ ମଳ ପରିଚାଳନା ଓ ବର୍ଜ୍ୟ ପ୍ରକ୍ରିୟାକରଣ ପଦ୍ଧତି ଅନୁସରଣ କରାଯିବ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.