Latest Odisha News

ରିଲିଜ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ ରିଲିଜ କରିଛି । ଗୀତର ଶୀର୍ଷକ ହ୍ୱାଟଏଭର ଇଟ ଟେକସ ରହିଥିବା ବେଳେ ଭାରତର ଲୋକପ୍ରିୟ ମହିଳା ପପ ଗ୍ରୁପ ଡବ୍ଲ୍ୟୁଆଇଏସଏଚ ଏହାକୁ ଗାଇଛନ୍ତି । ଏହି ଗୀତରେ ଭାରତୀୟ ଟିମର ଉପଅଧିନାୟିକା ସ୍ମୃତି ମାନ୍ଧନା ଓ ଜେମିମା ରୋଡ୍ରିଗ୍ୟୁଜଙ୍କ ହୁକ ଷ୍ଟେପକୁ ସାମିଲ କରାଯାଇଛି । ମହିଳା କ୍ରିକେଟ ସାରା ବିଶ୍ୱରେ ତାର ଛାପ ଛାଡି ସାରିଛି । ଏହାକୁ ଲୋକପ୍ରିୟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ୟୁଏଇରେ ଖେଳାଯିବାକୁ ଥିବା ଏହି ମେଗା ଇଭେଂଟରେ ୧୦ଟି ଟିମ ଅଂଶଗ୍ରହଣ କରିବେ ।

ସେପ୍ଟମ୍ବର ୨୮ରୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଟିମ ୪ଟି ଗ୍ରୁପ ମ୍ୟାଚ ଖେଳିବ । ଏହା ପରେ ୧୭ ଓ ୧୮ ଅକ୍ଟୋବରରେ ସେମିଫାଇନାଲ ଏବଂ ୨୦ରେ ଫାଇନାଲ ମ୍ୟାଚ ଖେଳାଯିବ । ଅକ୍ଟୋବର ୪ରେ ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୬ରେ ପାକିସ୍ତାନକୁ, ୯ରେ ଶ୍ରୀଲଙ୍କାକୁ ଏବଂ ୧୩ରେ ଅଷ୍ଟ୍ରେଲିଆକୁ ଟିମ ଇଣ୍ଡିଆ ଭେଟିବ ।

Leave A Reply

Your email address will not be published.