Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟରେ ନୂଆ ରଣନୀତିରେ ଓହ୍ଲାଇବ ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସେପ୍ଟମ୍ବର ୨୭ରୁ କାନପୁରରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ନୂଆ ରଣନୀତିରେ ଓହ୍ଲାଇବ । ଗ୍ରୀନପାର୍କ ପିଚରେ ବଲ ଚେନ୍ନାଇ ପରି ବାଉନ୍ସ କରିବ ନାହିଁ । ପରେ ପିଚ କଳାମାଟିର ବ୍ୟବହାର ଯୋଗୁ ଧୀମା ହୋଇଯିବ ବୋଲି ଅନୁମାନ କରାଯାଇଛି । ଚେପକ ପିଚରେ ନାଲି ମାଟିର ବ୍ୟବହାର ହୋଇଥିବା ବେଳେ ଏଠାରେ କଳାମାଟି ଉପଯୋଗ ହୋଇଛି । ପିଚ ଧୀମା ହେବ ଏବଂ ଏହା ସ୍ପିନରଙ୍କୁ ସୁହାଉଥିବାରୁ ଭାରତ ୩ ସ୍ପିନର ରଣନୀତିରେ ଓହ୍ଲାଇବ । ଫଳରେ ଚୂଡାନ୍ତ ଏକାଦଶରେ ସାମାନ୍ୟ ପରିବର୍ତନ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ମହମ୍ମଦ ସିରାଜ ଓ ଆକାଶଦୀପଙ୍କ ମଧ୍ୟରୁ ଜଣକୁ ବାଦ ଦିଆଯାଇ କୂଲଦୀପ ଯାଦବ କିମ୍ବା ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯିବା ସମ୍ଭାବନା ଅଧିକ ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ ।

୨୦୧୬ ଓ ୨୦୨୧ରେ ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ୨୦୧୬ରେ ଭାରତ ସହଜରେ ବିଜୟ ହାସଲ କରିଥିବା ବେଳେ ୨୦୨୧ରେ ନ୍ୟୁଜିଲାଣ୍ଡ ସଂଘର୍ଷ କରି ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଥିଲା । କାନପୁର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାବ୍ୟସ୍ତ ହେବ ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାଁ, ରିଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶଦୀପ, ଯଶପ୍ରୀତ ବୁମରାହ ଓ ୟଶ ଦୟାଲ ।

Leave A Reply

Your email address will not be published.