Latest Odisha News

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ: ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଚଳିତ ମାସ ୨୧ ତାରିଖରେ ୧୦ ଦଫା ଦାବି ନେଇ ସମସ୍ତ ମେଡିକାଲରେ ଗଣ ଧାରଣା ଦିଆଯାଇଥିଲା ହେଲେ ତାହା ସୁଫଳ ହୋଇନାହିଁ । ଯାହାକୁ ନେଇ ଆଜି ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଆଗରୁ ଯେଉଁ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ ୧୨ ନଭେମ୍ବର ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନସିଂ ଅଫିସର ମାନଙ୍କର ଛଅ ବର୍ଷ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ । ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯାଉ । ସ‌ହ‌କାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଉଦ୍ଧ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସର ମାନଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି କରାଯାଉ ।

ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂ ଅଫିସର ମାନଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନର୍ସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯାଉ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନଏଚଏମ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓ ମାନଙ୍କୁ ନିଯୁକ୍ତି ଦିଆଯାଉ ।

କଟକରେ କାର୍ଯ୍ୟକ୍ଷମ କରୁଥିବା ରିଯିଓନାଲ ସ୍ପାଇନାଲ ଏଞ୍ଜୋରୀ ସେଣ୍ଟରରେ ୧୮ ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସି ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ ଏବଂ ଏମଏଚୟୁ/ଆରବିଏସକେ ଅଧୀନରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥ‌ିବା ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମିତ କରାଯାଉ ବୋଲି ଦାବି କରାଯାଇଥିବା ବେଳେ ନିୟମିତ ହୋଇନଥିବା ଅବଶିଷ୍ଟ ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ, ନର୍ସି ଅଫିସର ମାନଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତ୍ତନ କରାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଥିଲା ।

ଏହି ଦାବିଗୁଡିକୁ ପୂରଣ ନହେବାରୁ ଆଜି ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.