Latest Odisha News

BREAKING NEWS

ଚୋରା ଚାଲାଣ ବେଳେ ୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ଏଥର କୌଣସି ଚାରି ଚକିଆ ଗାଡିରେ ନୁହେଁ ବରଂ ଏକ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଏହାର ଖବର ପାଇ ମାଡି ବସିଲା ପୋଲିସ। ଏଭଳି ଘଟଣା ଘଟିଛି କୋରାପୁଟର ଲମତାପୁଟ ବ୍ଲକରେ।

ସୂଚନା ଅନୁସାରେ ଲମତାପୁଟରେ ଅନେକ ସମୟରେ ଗାଡି ଗୁଡିକୁ ଅଟକାଇ ଚେକିଂ କରାଯାଇଥାଏ । ତେବେ ଗୁରୁବାର ଏହି ଚେକିଂ ସମୟରେ ଦ୍ରୁତ ଗତିରେ ଏକ ବାଇକ୍‌ଟି ଆସୁଥିବାର ଦେଖିଥିଲା ପୋଲିସ । ଏହା ଦେଖି ସନ୍ଦେହରେ ଉକ୍ତ ବାଇକ ଚାଳକଙ୍କୁ ଅଟକାଇଥିଲେ ।

ବାଇକ ଚାଳକଙ୍କୁ ଅଟକାଇ ଚେକିଂ କରି ୪୦ କେଜି ଓଜନର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ଘଟଣାରେ ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି ପୋଲିସ ।

Leave A Reply

Your email address will not be published.