Latest Odisha News

BREAKING NEWS

ଶୀତ ଆସିବା ପୂର୍ବରୁ ବିଷ ବାୟୁରେ ଅଣନିଶ୍ୱାସୀ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଆସିନି ଶୀତ ଋତୁ, ହେଲେ ଆରମ୍ଭ ହେଲାଣି ବାୟୁ ପ୍ରଦୂଷଣ। ଦିଲ୍ଲୀର ଅବସ୍ଥା ବେହାଲ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ହୋଇଛି। ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଯାଇଥିବା ବେଳେ ବାୟୁର ମାନ ‘ଅତି ଖରାପ’ ସ୍ତରକୁ ଚାଲିଯାଇଛି। ଏବେଠାରୁ ବିଷ ବାୟୁରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ରାଜଧାନୀବାସୀ ।

ଶୀତ ଋତୁରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମରେ ପହଞ୍ଚିଯାଏ । ଏଥିପାଇଁ ଦିଲ୍ଲୀବାସୀ ପ୍ରସ୍ତୁତି କରୁଥିବା ବେଳେ ହଠାତ ଗତକାଲି ଦିଲ୍ଲୀର ଏକ୍ୟୁଆଇ ୩୦୦ ଟପିଯିବା ପରେ ଚିନ୍ତା ପ୍ରକାଶ ପାଇଛି। ଶୀତ ଋତୁ ଆସିବା ପୂର୍ବରୁ ଦିଲ୍ଲୀ ଏନସିଆରରେ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ (GRAP) ସଂଶୋଧନ କରାଯାଇଛି। ଏକ୍ୟୁଆଇ ୨୦୦ ଟପିବା ପରେ ଅନ୍ତରାଜ୍ୟ ବସ ଚଳାଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଏସ-୩ ବସ୍‌ ବିଶେଷ କରି ଡିଜେଲ ଚାଳିତ ବସ୍‌ ଉପରେ ରୋକ ଲାଗିଛି।

ସୂଚନା ଥାଉକି, ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଲେ ବାୟୁର ମାନ ଭଲ ଥାଏ ବୋଲି ଧରାଯାଏ । ୫୧-୧୦୦ ରହିଲେ ବାୟୁର ମାନ ସନ୍ତୋଷଜନକ । ୩୦୧-୪୦୦ ଭିତରେ ଏକ୍ୟୁଆଇ ରହିଲେ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଆସେ । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଆସିଥିବା ଜଣାପଡ଼ିଛି । ଶୀତ ଋତୁରେ ଦିଲ୍ଲୀରେ ବାୟୁର ମାନ ଖରାପ ହେବା ପଛରେ ଅନେକ କାରଣ ରହିଛି । ଏହି ସମୟରେ ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ି ଘଟଣା ମଧ୍ୟ ବୃଦ୍ଧି ପାଇଥାଏ ।

Leave A Reply

Your email address will not be published.