Latest Odisha News

ଛେଚୁଛି ବର୍ଷା: ପୁଣି ପାଣି ଘେରରେ ସୂର୍ଯ୍ୟ ମନ୍ଦିର

ପୁରୀ: ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗୋଟିଏ ଦିନରେ ଲଗାଣ ବର୍ଷାରେ କେଉଁଠି ରାସ୍ତର ବୁଡି ଆଣ୍ଡୁଏ ପାଣି ଚାଲିଲାଣି ତ ଆଉ କୋଉଠି ଜଳବନ୍ଦୀ । ସେପଟେ ପୁରୀରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ସୂର୍ଯ୍ୟ ମନ୍ଦିର ଚାରିପାଖରେ ଚାଲୁଛି ଫୁଟେ ଉଚ୍ଚର ପାଣି । ଏମିତିକି ଯେଉଁ ରାସ୍ତା ଦେଇ ସୂର୍ଯ୍ୟମନ୍ଦିରକୁ ପ୍ରବେଶ କରାଯାଏ, ଯେଉଁ ପାର୍ଶ୍ବରାସ୍ତା ଦେଇ ସୂର୍ଯ୍ୟ ମନ୍ଦିର ପରିସର ବୁଲାଯାଏ, ସେ ସବୁ ଜଳମଗ୍ନ ହୋଇଯାଇଛି ।  ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି ପର୍ଯ୍ୟଟକ ।  ସେପଟେ ପରିସ୍ଥିତି ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି । ତେବେ କୋଣାର୍କରେ ଏ ସ୍ଥିତି ନୂଆ ନୁହେଁ । ସବୁ ବେଳେ ଅସରାଏ ବର୍ଷାରେ ଏହି ସ୍ଥିତି ଉପୁଜେ ।

ସେପଟେ ରାଜ୍ୟ ତମାମ ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି । ସେପଟେ ଆଜି ଏହି ଭଳି ସ୍ଥିତି ବଜାୟ ରହିବ ବୋଲି ସୂଚାଇ ଦେଇଛି ପାଣିପାଗ ବିଭାଗ । ତେବେ ଆଜି ବର୍ଷାର ପରିମାଣ ବଢିଥିବା ବେଳେ ଉତ୍ତର ଓଡ଼ିଶାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ସତର୍କ କରିଛି ପାଣିପାଗ ବିଭାଗ।ତେବେ ଏନେଇ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି।

ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା ଏବଂ ରାୟଗଡ଼ା ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.