Latest Odisha News

BREAKING NEWS

ରାଜଧାନୀରେ ଏବେ ଖୋଲା ମଳତ୍ୟାଗ କିମ୍ବା ପରିସ୍ରା କଲେ ଦେବାକୁ ପଡ଼ିବ ଜୋରିମାନା !

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ସ୍ୱଚ୍ଛତା ବଜାୟ ରଖିବା ଲାଗି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜଧାନୀର ସର୍ବସାଧାରଣ ସ୍ଥାନମାନଙ୍କରେ ଏବେ ଖୋଲା ମଳତ୍ୟାଗ କିମ୍ବା ପରିସ୍ରା କଲେ ଜୋରିମାନା ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏନେଇ ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହେବା ସହିତ ବାହାରେ ଖୋଲା ମଳତ୍ୟାଗ କଲେ ୨୦୦ ଟଙ୍କା ଏବଂ ବାହାରେ ଖୋଲା ଯାଗାରେ ପରସ୍ରା କଲେ ୧୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଏହି ନିର୍ଦ୍ଦେଶନାମା ଅବଜ୍ଞା କରୁଥିବା ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖିବା ସହିତ ଏଥିନିମନ୍ତେ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସହରର ବିଭିନ୍ନ ସ୍ଥାନ ପାଟ୍ରୋଲିଂ କରିବା ସହିତ ଏହି ନିୟମ ଅବଜ୍ଞା କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଜୋରିମାନା ଆଦାୟ କରିବ ।

ଇତିମଧ୍ୟରେ ସ୍ୱଚ୍ଛ ଭାରତ ଅମୃତ ଯୋଜନା ଅନ୍ତର୍ଗତ ଅନୁଯାୟୀ ପ୍ରାୟ ୧୮୦ଟି ଉଠା ପାଇଖାନା ନିର୍ମିତ ହୋଇଛି । ଏହାବ୍ୟତୀତ, ୧୮ଟି ଇ-ଟଏଲେଟ୍ ଜୟଦେବ ବିହାରଠାରୁ ପାୱାର ହାଉସ ଛକ ଏବଂ ନିକୋ ପାର୍କଠାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ସ୍ଥାପନ କରାଯାଇଛି ।

Leave A Reply

Your email address will not be published.