Latest Odisha News

ଆସନ୍ତାକାଲି ଭୁବନେଶ୍ବର ଆସିବେ ପ୍ରସିଦ୍ଧ ଅଭିନେତା କମଲ ହାସନ !

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ଓ ୧୯ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ଅଭିନେତା ତଥା ରାଜନେତା କମଲ ହାସନ । ଏହି ପରିପ୍ରେକ୍ଷୀରେ ସେ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(ସିୟୁଟିଏମ)ରେ ଯୋଗଦେବେ ।

ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ମକ୍କଲ ନିଡି ମଲ୍ଲମ (ଏମଏନଏମ)ର ସଂସ୍ଥାପକ ତଥା ସଭାପତିଙ୍କୁ ଏହି ଗସ୍ତ ସମୟରେ ରାଜ୍ୟ ଅତିଥି ଭାବେ ଆପ୍ୟାୟିତ କରାଯିବ ।

ଏହି ଗସ୍ତ ସମୟରେ କମଲ ହାସନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ସୂଚନା ମିଳିଛି ।

ଗତବର୍ଷ ଚେନ୍ନାଇ ଠାରେ ଆୟୋଜିତ ଏକ ଇନଭେଷ୍ଟମେଣ୍ଟ ରୋଡ ଶୋ’ରେ ହାସନ୍ ବିଜେଡିର ମୁଖ୍ୟଙ୍କୁ ଭେଟି ତାଙ୍କ ଠାରୁ ରାଜନୀତି ସମ୍ପର୍କରେ ପରାମର୍ଶ ମଧ୍ୟ ଗ୍ରହଣ କରିଥିଲେ । ଏପରିକି ନବୀନଙ୍କ ଶାସନ ପଦ୍ଧତିକୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.