Latest Odisha News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କ ଠାରୁ ଭିନ୍ନ ହୋଇଥିବା ପୁଅକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦିଆଯିବ । ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ । ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ମନ୍ତ୍ରୀ ।

ସୂଚନାଯୋଗ୍ୟ, ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲାଭ ପାଇବାକୁ ଆବେଦନକାରୀଙ୍କ ବାର୍ଷିକ ପାରିବାରିକ ଆୟ ୩ ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ । ୩ ଲକ୍ଷରୁ କମ୍‌ ଆୟ ଥିବା ଲୋକମାନେ ଏହି ଯୋଜନାରେ ଲାଭ ପାଇପାରିବେ ।

ଏହି ଯୋଜନାରେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେଇଛନ୍ତି । ଏହି ଯୋଜନା ଅଧୀନରେ ପ୍ରାପ୍ତ ପ୍ରଥମ କିସ୍ତି ହେଉଛି ୫୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତି ହେଉଛି ଦେଢ ଲକ୍ଷ ଏବଂ ଶେଷ ଅର୍ଥାତ୍‌ ତୃତୀୟ କିସ୍ତି ୫୦ ହଜାର ଟଙ୍କା ରହିଛି ।

Leave A Reply

Your email address will not be published.