Latest Odisha News

ରନୱେରେ ଫୁଟିଲା ମାଟିତଳେ ଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ବୋମା

ଟୋକିଓ: ରନୱେରେ ଫୁଟିଲା ବୋମା। ଯାହା ଫଳରେ ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ସ୍ଥାନୀୟ ବିମାନ ବନ୍ଦରକୁ ହଠାତ୍ ବନ୍ଦ କରିବାକୁ ପଡିଥିଲା।

ସୂଚନା ଅନୁଯାୟୀ, ରନୱେ ନିକଟରେ ଏକ ବିସ୍ଫୋରଣ ହୋଇଥିଲା ଫଳରେ ସେଠାରେ ଧାଁଦୌଡ ଆରମ୍ଭ ହୋଇଯାଇଥିଲା। ପରେ ଜଣାପଡିଥିଲା ​​ଯେ ବୋମା ବିସ୍ଫୋରଣ ହୋଇଥିଲା। ତେବେ ଏହି ବୋମା ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟର ହୋଇଥିବା କୁହାଯାଉଛି, ଯାହାକୁ ଜାପାନ ଉପରେ ଆମେରିକା ପକାଇଥିଲା।

ଏହି ବିସ୍ଫୋରଣ ପରେ ବିମାନ ବନ୍ଦରକୁ ବନ୍ଦ କରାଯିବା ସଙ୍ଗେସଙ୍ଗେ ୮୦ ରୁ ଅଧିକ ବିମାନକୁ ବାତିଲ କରିବାକୁ ପଡିଥିଲା। ଜାପାନ ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରଣ ପରେ ରନୱେ ପାଖରେ ଥିବା ଟ୍ୟାକ୍ସିୱେରେ ସାତ ମିଟର ଚଉଡା ଏବଂ ଏକ ମିଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.