Latest Odisha News

ରାହୁଲ ଗାନ୍ଧୀଙ୍କୁ ପୁନେ କୋର୍ଟର ସମନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଅଡୁଆରେ ଛନ୍ଦିହୋଇ ପଡିଛନ୍ତି । ଏକ ମାନହାନୀ ମାମଲାରେ ପୁନେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି ।

ପୁନେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ବୀର ସାବରକରଙ୍କ ନାତି ସାତ୍ୟକି ସାବରକରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ସମନ ଜାରି କରିଛନ୍ତି । ଅଭିଯୋଗ ହୋଇଛି ଯେ, ରାହୁଲ ଗାନ୍ଧୀ ୫ ମାର୍ଚ୍ଚ ୨୦୨୩ରେ ଲଣ୍ଡନରେ ସାବରକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

ଏନେଇ ସାତ୍ୟକି ସାବରକର ଗତବର୍ଷ ଏପ୍ରିଲରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁନେର ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ଏହାର ଶୁଣାଣି କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି । ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି ।

Leave A Reply

Your email address will not be published.