Latest Odisha News

ବିବାହ ପାଇଁ ଯୁବକଙ୍କ ଅଜବ ବିଜ୍ଞାପନ, ପ୍ରତିବର୍ଷ ଆୟ ବଢୁଛି ୫୪%

ମେରଟ: ୟୁପିର ମେରଟରୁ ୨୬ ବର୍ଷ ବୟସ୍କ ନିବେଶକଙ୍କ ବିବାହ ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକ ଜଣଙ୍କ ନିଜକୁ ନିବେଶକାରୀର ପରିଚୟ ଦେଇ ବାହା ହେବାକୁ ଉପଯୁକ୍ତ ଝିଅ ଖୋଜୁଛନ୍ତି। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ବାର୍ଷିକ ୨୯ ଲକ୍ଷ ରୋଜଗାର କରନ୍ତି ଏବଂ ପ୍ରତିବର୍ଷ ତାଙ୍କର ରୋଜଗାର ୫୪% ବୃଦ୍ଧି ପାଇଥାଏ।

ଏହି ବିଜ୍ଞାପନ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ଲୋକ ମଧ୍ଯ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ବିଜ୍ଞାପନରେ ବ୍ୟକ୍ତିଙ୍କ ଶାରୀରିକ ଗଠନ ଏବଂ ଜାତି ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଛି, ଏହାପରେ ହଠାତ୍ ତାଙ୍କ ଦରମା ଏବଂ ସମ୍ପତ୍ତି ଉପରେ ବଖାଣି ଛନ୍ତି। ଏହି ନିବେଶକ ଭାରତୀୟ ଷ୍ଟକ୍ ମାର୍କେଟରେ ମଧ୍ଯ ସକ୍ରିୟ ରହିଛନ୍ତି।

ବିଜ୍ଞାପନରେ ଲେଖା ରହିଛି, “ନିବେଶକ (ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍), ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛି। ଏହା ବ୍ୟତୀତ ବ୍ୟକ୍ତି ଜଣକ ତାଙ୍କ କାମର ସୁରକ୍ଷା ବିଷୟରେ ଲୋକଙ୍କୁ ଗ୍ୟାରେଣ୍ଟି ଦେବାକୁ ଯାଇ ଏକ ପାୱାରପଏଣ୍ଟ ପ୍ରେଜେନଟେସନ୍ ପଠାଇବାକୁ ମଧ୍ୟ ଅଫର୍ ଦେଇଛନ୍ତି। ଏପରିକି ଯଦି କେହି ଏହି ପ୍ରେଜେନଟେସନ୍ ଦେଖିବାକୁ ଚାହାଁନ୍ତି, ତେବେ ସେ ଏହାକୁ ହ୍ବାଟ୍ସଆପରେ ପଠାଇବେ ବୋଲି କହିଛନ୍ତି।

Leave A Reply

Your email address will not be published.