ଭୁବନେଶ୍ବର : ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ପ୍ରିମିୟର ଲିଗ ୨୦୨୪ । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ ବିନା କୌଣସି ଏଣ୍ଟ୍ରି ଫି ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ ଟି ଅଂଶଗ୍ରହଣ କରିଥିଲେ । ଆଜି ଶେଷ ଦିନରେ ଭି ଲାଏନସ୍ (କଟକ) ଦଳ ଚାମ୍ପିୟନ ହୋଇଛି । ଫାଇନାଲ୍ ମ୍ୟାଚ୍ ଭି ଲାଏନସ୍ ଓ ଲିଟିଲ ଷ୍ଟାର (ଝାରସୁଗୁଡ଼ା) ମଧ୍ୟରେ ଖେଳାଯାଇଥିଲା । ଫାଇନାଲ୍ ମ୍ୟାଚର ଆକାଶ ମାଲିଙ୍ଗା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଫରଦିନ୍ କାଜି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଚାମ୍ପିଅନ ଦଳକୁ ୧ ଲକ୍ଷ, ରନର୍ସ ଅପ୍ ଦଳକୁ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ୭ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା ଗୋପବନ୍ଧୁ କ୍ରିକେଟ କ୍ଳବ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଯୁବ ନେତା ମନେଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ କ୍ଲବର ସମ୍ପାଦକ ଦେବପ୍ରସାଦ ଜେନା ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ।
Comments are closed.