Latest Odisha News

ଚକଧର ଜଳସେଚନ ପ୍ରକଳ୍ପକୁ ରାଜନୈତିକ ରୂପ ଦିଆଯାଉଛି: ସତ୍ୟବ୍ରତ ପଣ୍ଡା 

ଭୁବନେଶ୍ୱର: ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ।  ଏନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ  ଜାଣିଶୁଣି ସୃଷ୍ଟି କରାଯାଉଛି ଅଶାନ୍ତି । ସମ୍ବେଦନଶୀଳ ସମସ୍ୟାକୁ ବିରୋଧୀ ଦଳ ରାଜନୈତିକ ରଙ୍ଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା।  ଏନେଇ ସ୍ଥାନୀୟ ବିଧାୟକ ଡା. ଫକୀର ମୋହନ ନାୟକଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ପ୍ରତିନିଧିମଣ୍ଡଳୀ ମାନବ୍ୟର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଭେଟି ଆଲୋଚନା କରିଥିଲେ ।

 

ମାନ୍ୟବର ମୁଖ୍ୟମନ୍ତ୍ରୀ ତେଲକୋଇ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହି ପ୍ରସଙ୍ଗରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଚକଧର ପ୍ରକଳ୍ପ ଯୋଗୁ ତେଲକୋଇବାସୀଙ୍କୁ ଯେପରି କୌଣସି କ୍ଷତି ହେବନାହିଁ ବୋଲି ଦିଲ୍ଲୀଗସ୍ତ ସମୟରେ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ତେଣୁ ଅଯଥା ଗୁଜବ ଓ ଅପପ୍ରଚାରର ଶୀକାର ନ ହେବା ପାଇଁ ତେଲକୋଇବାସୀଙ୍କୁ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ନିବେଦନ କରିଛନ୍ତି ।

Leave A Reply

Your email address will not be published.