Latest Odisha News

କାଳୀ ମନ୍ଦିରରୁ ଚୋରି ହୋଇଗଲା ମୋଦୀଙ୍କ ଉପହାର ମୁକୁଟ

ନୂଆଦିଲ୍ଲୀ: ମା’ ଯୋଗମାୟାଙ୍କ ମହା ଅଷ୍ଟମୀ ପୂଜାରେ ଅଘଟଣ । ଚୋରୀ ହୋଇଗଲା ମା’ଙ୍କ ମୁକୁଟ । ବାଂଲାଦେଶର ସତଖିରା, ଶ୍ୟାମନଗରରେ ଅବସ୍ଥିତ ଯେଶୋରେଶ୍ୱରୀ ମନ୍ଦିରରୁ ମା କାଳୀଙ୍କ ମୁକୁଟ ଚୋରି ହୋଇଥିବା ନେଇ ସୂଚନା ମିଳିଛି । ଚୋରୀ ହୋଇଥିବା ମା’ କାଳୀଙ୍କ ଏହି ମୁକୁଟକୁ ଗତ ମାର୍ଚ୍ଚ ୨୦୨୧ରେ ମନ୍ଦିର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଦେଇଥିଲେ । ଗତକାଲି ମନ୍ଦିରରୁ ଏହା ଚୋରୀ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ମନ୍ଦିର ପୁରୋହିତ ପୂଜା କାର୍ଯ୍ୟ ସାରି ଚାଲିଯିବା ପରେ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟ କରିଥିଲେ । ଏହାପରେ ମା’ଙ୍କ ମୁକୁଟ ମିଳିନଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ତେବେ ଚୋରି ହୋଇଥିବା ମୁକୁଟ ରୂପା ଏବଂ ସୁନା ଧାତୁରେ ନିର୍ମିତ ଥିଲା ।

କହିରଖୁଛୁ ଯେ, ୫୧ଟି ଶକ୍ତିପୀଠ ମଧ୍ୟରୁ ଭାରତର ପଡୋଶୀ ଦେଶ ବାଂଲାଦେଶରେ ଥିବା ମା’ ଯେଶୋରେଶ୍ୱରୀ ମନ୍ଦିର ଏକ । ଯେଶୋରେଶ୍ୱରୀ ନାମର ଅର୍ଥ ହେଉଛି “ଯେଶୋରର ଦେବୀ। ପ୍ରଧାନମନ୍ତ୍ରୀ ମୋଦୀ ଗତ ୨୦୨୧ ମସିହା ୨୭ମାର୍ଚ୍ଚରେ ଯେତେବେଳେ ବାଂଲାଦେଶ ଗସ୍ତ କରିଥିଲେ ସେତେବେଳେ ଏହି ମନ୍ଦିର ପରିଦର୍ଶନ କରିଥିଲେ। ସେଦିନ ସେ ପ୍ରତିକାତ୍ମକ ସଙ୍କେତ ଭାବରେ ଦେବୀଙ୍କ ମସ୍ତକରେ ଏହି ମୁକୁଟ ପିନ୍ଧେଇଥିଲେ । ଯାହାର ଏକ ଭିଡିଓ ମୋଦୀ ସୋସିଆଲ ମିଡିଆରେ ସେୟାର କରିଥିଲେ । କୋଭିଡ-୧୯ ପରେ ଏହା ଥିଲା ମୋଦୀଙ୍କ ପ୍ରଥମ ଗସ୍ତ ।

 

Leave A Reply

Your email address will not be published.