Latest Odisha News

BREAKING NEWS

ଟି୨୦ରେ ଭାରତ କରିଛି ସର୍ବାଧିକ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛିି । ଅନ୍ତିମ ମୁକାବିଲାରେ ଦଳ ୧୩୩ ରନରେ ବିଜୟ ହାସଲ କରିଛି । ଟି୨୦ରେ ଚଳିତ ସିଜନରେ ଭାରତ ୭ମ ଦ୍ୱିପାକ୍ଷିକ ସିରିଜ ବିଜୟ ହାସଲ କରିଛି । ରନ ଦୃଷ୍ଟିକୋଣରୁ ଟି୨୦ରେ ଭାରତର ଏହା ତୃତୀୟ ସବୁଠାରୁ ବଡ ବିଜୟ । ଏହା ପୂର୍ବରୁ ୨୦୨୩ରେ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ଏବଂ ୨୦୧୮ରେ ଆୟର୍ଲାଣ୍ଡକୁ ୧୪୩ ରନରେ ହରାଇଥିଲା । ଚଳିତ ବର୍ଷ ଭାରତ ୨୧ ମୁକାବିଲାରେ ବିଜୟ ହାସଲ କରିଛି । ତେବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ମ୍ୟାଚ ଜିତିବା ରେକର୍ଡ ୟୂଗାଣ୍ଡା(୨୮) ନାମରେ ରହିଛି ।

ଟି୨୦ କ୍ରିକେଟରେ ଭାରତ ସର୍ବାଧିକ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବା ରେକର୍ଡ ବହନ କରିଛି । ଭାରତୀୟ ଟିମ ୩୭ଥର ଏହି ସଫଳତା ହାସଲ କରିଛି । ସମରସେଟ ୩୬ ଥର ଓ ଚେନ୍ନାଇ ସୁପର କିଙ୍ଗସ ୩୫ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ପୁରୁଷ ଟି୨୦ କ୍ରିକେଟରେ ଭାରତ-ବାଂଲାଦେଶ ମ୍ୟାଚରେ ୭୦ଟି ବାଉଣ୍ଡ୍ରି ମରାଯାଇଥିଲା । ତେବେ ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ମଧ୍ୟରେ ସେଂଚୁରିଆନରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ୮୧ଟି ବାଉଣ୍ଡରି ମରାଯାଇଥିଲା । ଏହା ପଛକୁ ବୁଲଗେରିଆ-ସର୍ବିୟା ମ୍ୟାଚ ରହିଛି । ଏଥିରେ ୭୧ ବାଉଣ୍ଡରି ମରାଯାଇଥିଲା ।

Leave A Reply

Your email address will not be published.