Latest Odisha News

BREAKING NEWS

ଜାଣନ୍ତୁ, ଭୁବନେଶ୍ବରରେ ଆଜି ରାବଣ ପୋଡ଼ି ଦେଖିବାକୁ କେଉଁଠାକୁ ଯିବେ……

ଭୁବନେଶ୍ବର: ଆଜି ଦଶହରା। ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ରାବଣ ପୋଡି ଅନୁଷ୍ଠିତ ହେବ । ଏଥିପାଇଁ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣପୋଡ଼ି ଉତ୍ସବକୁ ଅନୁମତି ମିଳିଛି। ରାବଣପୋଡ଼ି ନେଇ ଅନୁମତି ଦେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର।

ଆଜି ସନ୍ଧ୍ୟାରେ ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ ରୋଡ୍‌, ଚନ୍ଦକାକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆରେ ରାବଣପୋଡି ହେବାକୁ ଥିବା ବେଳେ କପିଳ ପ୍ରସାଦ ଫୁଟବଲ୍‌ ପଡ଼ିଆରେ ମଧ୍ୟ ରାବଣପୋଡ଼ିକୁ ଅନୁମତି ମିଳିଛି

Leave A Reply

Your email address will not be published.