Latest Odisha News

ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ଅନୁଗୋଳ: ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରରେ ବଡଧରଣର ବିସ୍ଫୋରଣ ଘଟିଛି । ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ଭୟଙ୍କର ବିସ୍ଫୋରଣରେ କେହି ମୃତାହତ ହୋଇଥିବା ଏଯାବତ୍ ଜଣାପଡିନାହିଁ । ତେବେ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଖୁବ ଶୀଘ୍ର ସମସ୍ତ ଘଟଣ ଜଣା ପଡିବ ବୋଲି କୁହାଯାଇଛି ।

Leave A Reply

Your email address will not be published.