Latest Odisha News

ମଦ ମାଫିଆଙ୍କ ଆକ୍ରମଣରେ କନଷ୍ଟେବଳ ଆହତ

ଗଞ୍ଜାମ: ଅବକାରୀ କନଷ୍ଟେବଳଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି । ତାଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି ।

ଖବର ମୁତାବକ, ଗତକାଲି ଭସାଣି ଉତ୍ସବ ପାଇଁ ବ୍ରହ୍ମପୁରରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ହେଲେ କିଛି ମଦ ମାଫିଆ ଟାଉନ ଥାନା ଟେଲିଫୋନ୍ ଭବନ ଛକ ନିକଟରେ ମଦ ବିକ୍ରି କରୁଥିବା ଖବରପାଇ ଅବକାରୀ କନଷ୍ଟେବଳ ସେମାନଙ୍କୁ ରୋକିବାରୁ ତାଙ୍କଉପରେ ଆକ୍ରମଣ କରିଥିଲେ ମାଫିଆ ମାନେ ।

ଘଟଣାରେ ୫ ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ ।

Leave A Reply

Your email address will not be published.