Latest Odisha News

ଆହୁରି ବଢିବ ପୁରୀ ସହରର ସୁରକ୍ଷା, ନିଆଗଲା ଏହି ପଦକ୍ଷେପ

ପୁରୀ: ପୁରୀ ସହରକୁ ହେବ ଅପରାଧ ମୁକ୍ତ । ସମଗ୍ର ସହରକୁ ଜଗିବ ୬୨୦ଟି ସିସିଟିଭି । ଏଥିପାଇଁ ‘ସିସିଟିଭି ଯୋଜନା’ କାର୍ଯ୍ୟକାରୀ ହେବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି ।

ଯୋଜନା ଅନୁସାରେ ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ସ୍ଥାନରେ ୬୨୦ ସିସିଟିଭି କ୍ୟାମେରା ଲାଗିବ । ଏହା ସହିତ ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି ।

 

Leave A Reply

Your email address will not be published.