Latest Odisha News

BREAKING NEWS

ନର୍ଭସ ୯୦ରେ ଆଉଟ ହେବାରେ ଗାଭାସ୍କର, ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୯୯ ରନ କରି ଆଉଟ ହୋଇ ଯାଇଛନ୍ତି । ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ୧୨ତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ଦ୍ରୁତ ୨୫୦୦ ରନ କରିବାରେ ଭାରତର ପ୍ରଥମ ୱିକେଟକିପର ହୋଇଛନ୍ତି । ୯୯ ରନ କରିଥିବା ବେଳେ ସେ ୱିଲିୟମ ଓରୁକୀଙ୍କ ବୋଲରେ ବୋଲ୍ଡ ହୋଇ ଯାଇଥିଲେ । ସର୍ବାଧିକ ଥର ନର୍ଭସ ୯୦ରେ ଆଉଟ ହେବାରେ ପନ୍ତ ଭାରତର ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ପନ୍ତ ୭ଥର ଏହାର ଶୀକାର ହୋଇଥିବା ବେଳେ ଧୋନୀ ୬ ଥର ଏବଂ ବୀରେନ୍ଦ୍ର ସେହ୍ୱାଗ ୫ଥର ଶତକ ହାସଲ କରିପାରି ନାହାନ୍ତି । ତେବେ ଏହି ତାଲିକାରେ ଭାରତର ସଚିନ ତେନ୍ଦୁଲକର ସର୍ବାଧିକ ୧୦ଥର, ରାହୁଲ ଡ୍ରାଭିଡ ୯ଥର ଆଉଟ ହୋଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପନ୍ତ ଏବଂ ସର୍ଫରାଜ ଖାଁ ଆଉଟ ହେବା ପରେ ଭାରତ ପୂନର୍ବାର ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାକଫୁଟକୁ ପଳାଇ ଆସିଛି । ନ୍ୟୁଜିଲାଣ୍ଡକୁ ଅନ୍ତିମ ଦିବସରେ ବିଜୟ ପାଇଁ ୧୦୭ ରନ ଆବଶ୍ୟକ ହେଉଛି ।

Leave A Reply

Your email address will not be published.