Latest Odisha News

BREAKING NEWS

ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲା ଇରାନ: ଇସ୍ରାଏଲ

ନୂଆଦିଲ୍ଲୀ: ଇରାନ୍‌, ହିଜବୁଲ୍ଲାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚତାବନୀ । ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ୍‌ ଆକ୍ରମଣ ପରେ ଏପରି ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ଇରାନ, ହେଜବୁଲ୍ଲା ବିରାଟ ବଡ଼ ଭୁଲ କରିଦେଲେ । ହତ୍ୟା ଷଡ଼ଯନ୍ତ୍ର ଶତ୍ରୁଙ୍କୁ ନିପାତ କରିବାରେ ରୋକିପାରିବନି ବୋଲି କହିଛନ୍ତି ନେତାନ୍ୟାହୁ ।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ଯେ, ମିଳିତ ଜାତିସଂଘରେ ଥିବା ଇରାନ ଦୂତାବାସ ହେଜବୁଲ୍ଲାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ କରିଛି। ଇରାନ ଦାବି କରିଛି ଯେ ଏହା ପଛରେ ହେଜବୁଲ୍ଲାର ହାତ ଅଛି । ଯେଉଁ ସଂସ୍ଥାକୁ ଇରାନ ଅର୍ଥ, ତାଲିମ, ଅସ୍ତ୍ରଶସ୍ତ୍ର ଇତ୍ୟାଦି ଯୋଗାଉଛି, ସେ ହଠାତ୍ ଏକ ସ୍ୱାଧୀନ ସଂଗଠନ କିପରି ହୋଇଯାଉଛି ବୋଲି କହିଛନ୍ତି ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆକ୍ରମଣ ଲେବାନନ ପଟୁ କରାଯାଇଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ଇରାନ । ଏହି ଆକ୍ରମଣ ଜରିଆରେ ହେଜବୁଲ୍ଲା ସହ ମିଶି ତେହେରାନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନେତାନ୍ୟାହୁ କହିଛନ୍ତି, ଆପଣ ଜାଣନ୍ତି, ଦୁଇ ଦିନ ପୂର୍ବେ ଆମେ ହତ୍ୟାକାରୀ ହାମାସ ନେତା ୟାହିୟା ସିନୱାରଙ୍କୁ ସଫା କରିଛୁ । ଅକ୍ଟୋବର ୭ ତାରିଖ ଘଟଣାର ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ଶିଶୁମାନଙ୍କୁ ସାମୂହିକ ହତ୍ୟା ଓ ମୁଣ୍ଡ କାଟିବା ଏବଂ ଦୁଷ୍କର୍ମ ଅଭିଯୋଗ ଭଳି ଅତ୍ୟାଚାର ଅଭିଯୋଗ ମିଥ୍ୟା। ମୁଁ ଯେପରି କହିଛି, ଆମେ ଏକ ଯୁଦ୍ଧରେ ଅଛୁ, ଏବଂ ଆମେ ଶେଷ ପର୍ଯ୍ୟନ୍ତ ଜାରି ରଖିଛୁ ।

ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଇସ୍ରାଏଲ ଉପରେ ଗତକାଲି ଆକ୍ରମଣ କରିଛି ହେଜବୁଲ୍ଲା। ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା ଗତକାଲି ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଛି। ଏଥିରେ ଜଣେ ବ୍ୟକ୍ତଙ୍କର ମୃତ୍ୟୁ ହୋଇ ଥିବାବେଳେ ୯ ଜଣ ଆହତ ହୋଇଛନ୍ତି।

 

Comments are closed.