Latest Odisha News

BREAKING NEWS

ଆଇଓସିଏଲ ପାଇପ ଲାଇନରୁ ଲିକ୍ ହେଲା ତେଲ

ପାରାଦୀପ: ଆଇଓସିଏଲ ପାଇପଲାଇନରୁ ତେଲ ଲିକ୍ ହୋଇଛି। ଏହି ଘଟଣା ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଦେଖିବାକୁ ମିଳିଛି।  ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଅଣ୍ଡରଗ୍ରାଉଣ୍ଡ ପାଇପରୁ ହଜାର ହଜାର ଲିଟର ତେଲ ଲିକ୍ ହେଉଥିବା ଜଣାପଡ଼ିଛି । ଏହି ଅଶୋଧିତ ତୈଳ ମାଟିରେ ମିଶିଥିବାର ଦେଖିବାକୁ ମିଳିଛି। ଏହି ତେଲ ନିକଟରେ ଥିବା ହେନ୍ତାଳବଣ ଏବଂ କାଉଡିଆ ନଦୀ ଜଳରେ ପ୍ରବାହିତ ହୋଇଥିବା ସୂଚନା ମିଳିଛି।

 

ତେବେ ଏହି ଘଟଣାକୁ ନେଇ ପାଇପ କାଟି  ତେଲ ଚୋରି କରାଯାଉଥିବା ସନ୍ଦେହ କରାଯାଉଥିବା ବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ପଡିଛି ତେଲ ଡ୍ରମ ପଡ଼ିଥିବାରୁ ଏହା ସନ୍ଦେହ କରାଯାଉଛି। ଖବର ପାଇବା ପରେ ତରବରିଆ ଭାବେ ହୋଇଛି ମରାମତି। ଏହି ଘଟଣାକୁ ବିଭାଗୀୟ ଅଧିକାରୀ ଅସ୍ବୀକାର କରିଥିବା ସୂଚନା ମିଳିଛି ।

Comments are closed.