Latest Odisha News

BREAKING NEWS

ଅଧିକ ଶିଶୁ ଜନ୍ମ କର; ଜନତାଙ୍କୁ କାହିଁକି ଏଭଳି ଅପିଲ୍ କଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଅଧିକ ଶିଶୁ ଜନ୍ମ କର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକମାନେ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ଉଚିତ୍। ଏହି ଅଞ୍ଚଳରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା ଆଗାମୀ ଦିନରେ ବିପରୀତ ପ୍ରଭାବ ପକାଇପାରେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ତାଙ୍କ ସରକାର ଦୁଇରୁ ଅଧିକ ସନ୍ତାନ ଥିବା ପରିବାରକୁ ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛନ୍ତି। ଏପରିକି ଏକ ନୂତନ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି।

ଯଦି ଏହି ଆଇନ ଆସେ ତେବେ ଦୁଇରୁ ଅଧିକ ପିଲା ଥିବା ଲୋକମାନେ ମଧ୍ଯ ଆନ୍ଧ୍ରପ୍ରଦେଶରେ ଲୋକାଲ୍ ବଡି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।

Leave A Reply

Your email address will not be published.