Latest Odisha News

BREAKING NEWS

ଚର୍ଚ୍ଚାରେ ନିହତ ହମାସ ମୁଖ୍ୟଙ୍କ ପତ୍ନୀ, ୨୭ ଲକ୍ଷର ଦାମୀ ହ୍ୟାଣ୍ଡବ୍ୟାଗ ସହ ନଜର… 

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ପାଲେଷ୍ଟାଇନର ଗାଜା ସହରକୁ ଭଗ୍ନାବଶେଷରେ ପରିଣତ କରିଛି । ଗତ ଏକ ବର୍ଷ ଧରି ଚାଲିଥିବା ଯୁଦ୍ଧ ଏ ପର୍ଯ୍ୟନ୍ତ ବନ୍ଦ ହୋଇନଥିବା ବେଳେ ଅକ୍ଟୋବର ୭ ତାରିଖରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଛନ୍ତି । ତାଙ୍କ ମୃତ୍ୟୁ ପରେ ଇସ୍ରାଏଲ ୟାହୟା ସିନୱାରଙ୍କ ସହ ଜଡ଼ିତ ଏକ ଭିଡ଼ିଓ ଜାରି କରିଛି । ଏହି ଭିଡ଼ିଓ ଜାରି ପରେ ଚର୍ଚ୍ଚାକୁ ଆସିଛନ୍ତି ସିନୱାରଙ୍କ ପତ୍ନୀ ସମର ଅବୁ ମହମ୍ମଦ ଜମାର ।

ଇସ୍ରାଏଲ ସେନା ପକ୍ଷରୁ ଏକ ସୁଡ଼ଙ୍ଗର ଭିଡ଼ିଓ ଜାରି କରାଯାଇଛି । ସୁଡ଼ଙ୍ଗରେ ହମାସ ମୁଖ୍ୟ ୟାହୟା ସିନୱାର ଓ ତାଙ୍କ ପତ୍ନୀ ଯାଉଥିବା ଦେଖିବାକୁ ମିଳିଛି ।

ଏହି ସମୟରେ ସମର ଏକ ଦାମୀ ହ୍ୟାଣ୍ଡବ୍ୟାଗ ଧରିଛନ୍ତି । ସେ ଧରିଥିବା ହର୍ମସ୍ ପ୍ୟାରିସ୍‌ର ବିର୍କିନ ବ୍ୟାଗର ମୂଲ୍ୟ ହେଉଛି ୩୨ ହଜାର ଡ଼ଲାର (ପ୍ରାୟ ୨୬.୯୦ ଲକ୍ଷ) । ସମରଙ୍କ ଦାମୀ ବ୍ରାଣ୍ଡେଡ୍ ବ୍ୟାଗ୍ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ବିଷୟ ପାଲଟିଛି ।

ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ହମାସ ନେତାଙ୍କ ମହଙ୍ଗା ଜୀବନଶୈଳୀକୁ ଅନେକ ଲୋକ ସମାଲୋଚନା କରୁଛନ୍ତି । ସିନୱାର ୨୦୧୧ ମସିହାରେ ସମରଙ୍କୁ ବିବାହ କରିଥିଲେ । ସେମାନଙ୍କ ତିନି ସନ୍ତାନ ଅଛନ୍ତି । ୟାହୟା ସିନୱାର ନିହତ ହେବା ପରେ ସମରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

 

Leave A Reply

Your email address will not be published.