Latest Odisha News

ପୁଣି ତାଜା ହେଲାକି ନସିରୁଦ୍ଦିନ ଶାହା ଓ ଅନୁପମ ଖେର ବିବାଦ!

ମୁମ୍ବାଇ: ବଲିଉଡ ଜଗତର ଦୁଇ ଲୋକପ୍ରିୟ କଳାକାର ନସିରୁଦ୍ଦିନ ଶାହା ଏବଂ ଅନୁପମ ଖେରଙ୍କ ମଧ୍ୟ ପୁଣି ବିବାଦ l କିଛି ବର୍ଷ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ହୋଇଥିବା ବିବାଦକୁ ପୁଣି ଉଠେଇଛନ୍ତି ଅନୁପମ l ଅନୁପମ କହିଛନ୍ତି ଯେ, ନସିରୁଦ୍ଦିନ ସାରଙ୍କୁ ଜବାବ ଦେବା ଜରୁରୀ ଥିଲା l କିନ୍ତୁ ତା ପରେ ମଧ୍ୟ ନିକଟରେ ଯେବେ ତାଙ୍କ ସହ ମୋର ଦେଖା ହୋଇଥିଲା ମୁଁ ତାଙ୍କୁ ଆଲିଙ୍ଗନ କରିଥିଲି। ତେବେ ଅନୁପମ କହିଥିବା ଜବାବ କଥା ଏବେର ନୁହେଁ ବରଂ 2020 ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଵାକଯୁଦ୍ଧର କଥା l

କହିରଖୁଛୁ ଯେ ଉଭୟ ଅନୁପମ ଖେର ଏବଂ ନସିରୁଦ୍ଦିନ ଶାହା ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟୟନ କରିଛନ୍ତି। ଦୁହେଁ ସେଠାରେ ଏକାଠି ଅଭିନୟ ଶିଖିଥିଲେ। ଏପରିକି ଦୁହେଁ ଏକାଠି କିଛି ଚଳଚ୍ଚିତ୍ର ମଧ୍ୟ କରିଛନ୍ତି l ଉଭୟଙ୍କ ଅଭିନୀତ 2008ର ‘ଏ ୱେଡନେସଡେ’ ଚଳଚ୍ଚିତ୍ର ବହୁତ ଲୋକପ୍ରିୟ ହୋଇଥିଲା l ତେବେ 2020 ରେ, ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଜେଏନୟୁରେ ବିରୋଧ କରୁଥିବା ଛାତ୍ରମାନଙ୍କ ସହିତ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ​l ଏହି ଘଟଣାରେ ଦୀପିକାଙ୍କ ସପକ୍ଷରେ ରହିବ ସହ ଅନୁପମ ଖେରଙ୍କୁ ଜୋକର ଏବଂ ପାଗଳ କହିଥିଲେ ନସିରୁଦ୍ଦିନ l କେବଳ ଏତିକି ନୁହେଁ ଏହା ତାଙ୍କ ରକ୍ତରେ ଅଛି ଏବଂ ଅନୁପମଙ୍କୁ ଗମ୍ଭୀରତାର ସହିତ ନେବା ଉଚିତ୍ ନୁହେଁ ବୋଲି କହିଥିଲେ ନସିରୁଦ୍ଦିନ l ନସିରୁଦ୍ଦିନଙ୍କ ଏହି ବୟାନବାଜି ପରେ ଅନୁପମ ଖେର ପ୍ରତିଉତ୍ତର ଦେଇ କହିଥିଲେ ଯେ, ନାସିର ସାହେବ, ମୁଁ ତୁମକୁ ଏବଂ ତୁମର କଥାକୁ ଗମ୍ଭୀରତାର ସହ ନେଇ ନାହିଁ। ଏତେ ସଫଳତା ହାସଲ କରିବା ସତ୍ତ୍ୱେ ମଧ୍ୟ ଆପଣ ଆପଣଙ୍କ ପୁରା ଜୀବନ କେବଳ ଚିନ୍ତା ଏବଂ ନିରାଶାରେ ବଞ୍ଚିଛ l

ଏକ ଭିଡିଓ ପୋଡକାଷ୍ଟରେ ଯେତେବେଳେ ଅନୁପମଙ୍କୁ ପଚରାଯାଇଥିଲା କି ଦୁଇ ବନ୍ଧୁ ବା ଏକ ସାଙ୍ଗରେ କାର୍ଯ୍ୟ କରୁଥିବା ଦୁଇଜଣ ଲୋକ ଯେତେବେଳେ ଦୁଇଟି ରାଜନୈତିକ ମତ ପ୍ରକାଶ କରନ୍ତି ତେବେ କ’ଣ ହେବ? ଏହାର ଉତ୍ତରରେ ଅନୁପମ କହିଛନ୍ତି ଯେ ମୁଁ କେବେ କାହା ସହ ମୋର ବ୍ୟକ୍ତିଗତ ସମ୍ପର୍କ ଖରାପ କରିନି l ନାସିର ସାରଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ଅଛି l କିନ୍ତୁ ଯେତେବେଳେ ସାର ମୋ ବିଷୟରେ ଏପଟ ସେପଟ କଥା କହିଲେ ତା ମୋତେ ଜବାବ ଦେବାର ହିଁ ଥିଲା l ମୁଁ ଭଗବତ ଗୀତା ପଢିଛି l ସେଥିରେ, ଯେତେବେଳେ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ କି ଏହା ତୁମର ପରିବାର ନୁହେଁ, ତୁମକୁ ଏହା କରିବାକୁ ହିଁ ପଡିବ l ସେତେବେଳେ ସେ ମୋତେ କହିଥିଲେ ତାଙ୍କ ରକ୍ତରେ ଏସବୁ ଅଛି ତେଣୁ ମୋତେ ଜବାବ ଦେବା ଜରୁରୀ ଥିଲା l ତେଣୁ ମୋତେ ସତ କହିବାକୁ ପଡିଲା l ତେବେ ହଁ ଆଗ ଅପେକ୍ଷା ଭଲପାଇବା ଟିକେ କମିଛି କିନ୍ତୁ ନିକଟରେ ଏକ କାର୍ଯ୍ୟକ୍ରମରେ ଆମେ ଦୁହେଁ ଭେଟିଥିଲୁ l ମୁଁ ତାଙ୍କୁ ସେତେବେଳେ ଆଲିଙ୍ଗନ ମଧ୍ୟ କରିଥିଲି l

Leave A Reply

Your email address will not be published.