Latest Odisha News

BREAKING NEWS

‘ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ’

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି ଲରେନ୍ସ ବିଷ୍ଣୋଇ ଗାଙ୍ଗ । ଅପରାଧ ସାମ୍ରାଜ୍ୟର ବିସ୍ତାର ପାଇଁ ସେ ୧୧ଟି ରାଜ୍ୟରେ ୭୦୦ରୁ ଅଧିକ ସାର୍ପ ସୁଟର୍‌ଙ୍କୁ ପାଳିପୋଷି ରଖିଛି । ଯେମିତି ଅପରାଧ ସାମ୍ରାଜ୍ୟର ଅନ୍ୟନାମ ଏବେ ଲରେନ୍ସ ବିଷ୍ଣୋଇ ।

ତେବେ ସମସ୍ତଙ୍କୁ ବନ୍ଧୁକ ମୁନରେ ମାରି ଗଡାଉଥିବା ଲରେନ୍ସକୁ ଏବେ ମାରିବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି କ୍ଷେତ୍ରୀୟ କରଣୀ ସେନା । କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ରାଜ୍ ଶେଖାଓ୍ବତ, ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ମାରିବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ସେ କହିଛନ୍ତି, ଯେଉଁ ପୋଲିସ୍ ଅଫିସର ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟର କରିବେ, ତାଙ୍କୁ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧ଶହ ୧୧ ଟଙ୍କା ପୁରସ୍କାର ଭାବେ ଦିଆଯିବ । ତେବେ ସେ ଆହୁରି ମଦ୍ୟ କହିଛନ୍ତି, ଲରେନ୍ସ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରିଛି । ତେଣୁ ତାକୁ ମାରି ପୂରା ଭାରତକୁ ଭୟମୁକ୍ତ କରିବା ଉଚିତ୍ ।

ତେବେ କହିରଖୁଛୁ, ଏବେ ସେଇ କୁଖ୍ୟାତ ଗାଙ୍ଗଷ୍ଟାର ଲରେନ୍ସ ଜେଲରେ ଅଛି । ହେଲେ ଜେଲ୍‌ରେ ଥାଇ ସୁଦ୍ଧା ତାର ଆପରାଧିକ ନେଟ୍‌ୱର୍କକୁ ସକ୍ରିୟ ରଖିଛି। ତେବେ କାନାଡ଼ାରେ ତାହାର ସକ୍ରିୟତା ବେଶୀ ଥିବା ବେଳେ ଏବେ ଭାରତରେ ଅପରାଧିକ ଜାଲ ବିଛାଇଲାଣି ଲରେନ୍ସ । ପଞ୍ଜାବୀ ଗାୟକ ସିଧୁ ମୁସ୍‌ୱାଲାଙ୍କୁ ହତ୍ୟା କରିବା ପରେ ଚର୍ଚ୍ଚାକୁ ଆସିଥିବା ଲରେନ୍ସ ଏବେ ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କୁ ନିଶାନା ସାଧିଛି। ସଲମାନ ଓ ତାଙ୍କ ପରିବାରକୁ ମାରିବା ପାଇଁ ଧମକ ଦେଇ ଆସିଥିବା ବେଳେ ଏବେ ସଲମାନଙ୍କ ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ର ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି ।

Leave A Reply

Your email address will not be published.