Latest Odisha News

ରାହୁଲଙ୍କୁ ସମର୍ଥନ ଦେଲେ କୋଚ ଗୌତମ ଗମ୍ଭୀର

ପୁଣେ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖରାପ ଫର୍ମରେ ଥିବା କେଏଲ ରାହୁଲଙ୍କୁ ସମର୍ଥନ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲୋଚନା କରିବା ଅପେକ୍ଷା ଟିମ ମ୍ୟାନେଜମେଂଟର ନିଷ୍ପତି ଗୁରୁତ୍ୱ ବହନ କରିଥାଏ । ବେଙ୍ଗାଲୁରରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରାହୁଲଙ୍କ ପ୍ରଦର୍ଶନ ଖରାପ ଥିଲା । ସେ ଦଳର ଆବଶ୍ୟକତା ବେଳେ ୦ ଏବଂ ୧୨ ରନ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ରାହୁଲ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି । ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ସେ ୬୮ ରନର ଗୁରତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

ରାହୁଲଙ୍କ ନିକଟରେ ବଡ ସ୍କୋର କରିବା ଦକ୍ଷତା ରହିଛି ବୋଲି ଗମ୍ଭୀର କହିଛନ୍ତି । ଆଗକୁ ସେ ନିଶ୍ଚିତ ଭାବେ ଭଲ ବ୍ୟାଟିଂ ପ୍ରଦର୍ଶନ କରିବେ ବୋଲି ଗମ୍ଭୀର ଦୃଢ଼ ଆଶା ପୋଷଣ କରିଛନ୍ତି । ଗମ୍ଭୀରଙ୍କ ଏ ଭଳି ବୟାନ ରାହୁଲଙ୍କ ମନୋବଳ ବୃଦ୍ଧି କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ବାକି ୨ଟି ଟେଷ୍ଟ ଜିତିବା ଭାରତ ପାଇଁ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.