Latest Odisha News

ଆସନ୍ତୁ ଜାଣିବା ବବିତା ଫୋଗଟ କାହାକୁ କହିଲେ ଦିଦି ତୁମେ କଣ ପାଇଲ ?

ନୂଆଦିଲ୍ଲୀ: ରେସଲର ସାକ୍ଷୀ ମଲିକ ତାଙ୍କ ଆତ୍ମକଥା ୱିଟନେସ ମାଧ୍ୟମରେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ସାକ୍ଷୀ ଏବେ ଭିନେଶ ଫୋଗଟ ଓ ବଜରଙ୍ଗ ପୂନିଆକୁ ନେଇ ଅନେକ ରହସ୍ୟ ଉଜାଗର କରିଛନ୍ତି । ଅବଶ୍ୟ ଏହା ସତ କି ମଛ ତାହା ପ୍ରମାଣିତ ହୋଇନି । ପୂର୍ବତନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଏବେ ସାକ୍ଷୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ ଏକ ପୋଷ୍ଟରେ ଲେଖିଛନ୍ତି ନିଜ ଯୋଗ୍ୟତା ବଳରେ ଆଗକୁ ବଢ଼ । କାହାର ସହଯୋଗ ଉଧାର ନେଇ ଆଗେଇ ପାରିବ ନାହିଁ । କାହାକୁ ବିଧାନସଭା ସିଟ ମିଳିଲା ତ ଆଉ କାହାକୁ ପଦବୀ…. ତୁମେ କଣ ପାଇଲ ଦିଦି ? ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଙ୍ଗଳବାର କହିଥିଲେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ହେବା ପାଇଁ ଭିନେଶ ଷଡଯନ୍ତ୍ର ରଚିଥିଲେ । ଆନ୍ଦୋଳନର କିଛି ଦିନ ପରେ ଆମେ ହୃଦୟଙ୍ଗମ କରିଥିଲୁ ଏହା ସ୍ୱାର୍ଥପୂର୍ଣ୍ଣ ହୋଇଯାଉଛି । ଭିନେଶ ଅବଶ୍ୟ ସାକ୍ଷୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଆନ୍ଦୋଳନ ପୂର୍ବ ଭଳି ଚାଲୁ ରହିବ । ଅପରପକ୍ଷରେ ଡବ୍ଲ୍ୟଏଫଆଇର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି ଯେ, ସାକ୍ଷୀଙ୍କ ପୁସ୍ତକରେ ଅନେକ ଭୂଲ ତଥ୍ୟ ରହିଛି । ମୁଁ ଯଦି ସେ ସମ୍ପର୍କରେ କହିବି ତେବେ ସେ ଫାଇଦାରେ ରହିବେ ।

Leave A Reply

Your email address will not be published.