Latest Odisha News

କାହିଁକି ଦୁର୍ବଳ ହେଲା ଭୟଙ୍କର ବାତ୍ୟା ‘ଦାନା’? ଜାଣନ୍ତୁ କାରଣ…

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡକୁ ମାଡିଆସୁଥିବା ‘ଦାନା’ ହଠାତ୍ ଦୁର୍ବଳ ହୋଇଯାଇ ଗତ ରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍‌ କରିଥିଲା । ଆଉ ସକାଳ ସାଢେ ୮ଟାରେ ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସରିଥିଲା ।

ହେଲେ ହଠାତ୍ କେଉଁ କାରଣରୁ ଏତେ ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଦୁର୍ବଳହୋଇଯାଇଥିଲା ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହୋଇଥିଲା। ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହେବାରୁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାଧାରଣତଃ ୫ରୁ ୬ ଘଣ୍ଟା ଲାଗିଥାଏ । ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା। ତେଣୁ ବାତ୍ୟା ଦୁର୍ବଳ ହୋଇପଡ଼ିଲା ।

ତେବେ ବାତ୍ୟାଟି ଦୁର୍ବଳ ହୋଇପଡ଼ିବାରୁ ଏହାର କେନ୍ଦ୍ରସ୍ଥଳ ଆଖପାଖ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ବର୍ଷା ହୋଇ ନ ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ।

 

Leave A Reply

Your email address will not be published.