Latest Odisha News

ଆସନ୍ତା ୨ ଦିନ ସମସ୍ତ ବିଭାଗର ଛୁଟି ବାତିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶନିବାର ଓ ରବିବାର ଦୁଇ ଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଲାଗି ଆଜି ସମସ୍ତ ବିଭାଗର ଛୁଟି ବାତିଲ୍ କରିଛନ୍ତି ମୋହନ ସରକାର ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ‘ଦାନା’ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ଗତିବିଧି ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଭାଗୀୟ ଅଫିସ୍ ଶନିବାର ୨୬ ଓ ରବିବାର ୨୭ ତାରିଖରେ ଖୋଲା ରଖିବାକୁ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଭାବିତ ଜିଲ୍ଲାରେ ଥିବା ବିଭାଗୀୟ କର୍ମଚାରୀ ଓ ଅଫିସରମାନେ ହେଡକ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.