Latest Odisha News

ଏହି ୫ କାରଣ ଯୋଗୁ ପୁଣେ ଟେଷ୍ଟରେ ହାରିଲା ଭାରତ

ପୁଣେ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ କ୍ରିକେଟ ଟିମ ପାଇଁ ଏକ ଦୁଃସ୍ୱପ୍ନ ହୋଇ ରହିଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଭ୍ରମଣକାରୀ ଦଳଠାରୁ ୨ଟି ଯାକ ମ୍ୟାଚରେ ଶୋଚନୀୟ ପରାଜୟବରଣ କରିଛି ।
୧. ଖରାପ ବ୍ୟାଟିଂ: ଘରୋଇ ପରିବେଶରେ ଖରାପ ବ୍ୟାଟିଂ ଭାରତୀୟ ପରାଜୟର ମୂଖ୍ୟ କାରଣ ସାଜିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଷ୍ଟାର ଖେଳାଳି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଯାହାର ଚାପ ଅନ୍ୟ ଯୁବ ଖେଳାଳିଙ୍କ ଉପରେ ପଡିଥିଲା ।
୨. ବୁମେରାଂ ହେଲା ସ୍ପିନ ରଣନୀତି: ପ୍ରଥମ ଟେଷ୍ଟରେ ହାରିବା ପରେ ଭାରତୀୟ ଟିମ ପୁଣେ ଟେଷ୍ଟ ପାଇଁ ସ୍ପିନ ରଣନୀତି ଆପଣାଇଥିଲା । ତେବେ ନିଜେ ବୁଣିଥିବା ଜାଲରେ ଫସି ଯାଇଥିଲା ଟିମ ଇଣ୍ଡିଆ । ମିଚେଲ ସାଟେଂନର ଚମତ୍କାର ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ ।

୩. ପେସ ବୋଲର କଲେ ନିରାଶ: ଯଶପ୍ରୀତ ବୁମରାହ ଓ ଆକାଶଦୀପ ଦ୍ୱିତୀୟ ଟେଷ୍ଟରେ ୱିକେଟ ହାସଲ କରି ନ ପାରିବା ଭାରତ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଥିଲା । ଏପରିକି ସେମାନେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ରନ ସ୍କୋର କରିବାରେ ମଧ୍ୟ ଅଟକାଇ ପାରି ନ ଥିଲେ ।
୪. ରନଆଉଟ: ଗୁରୁତ୍ୱପୂର୍ଣ୍ଣ ସମୟରେ ରିଷଭ ପନ୍ତ ରନଆଉଟ ହେବା ଭାରତ ପାଇଁ କାଳ ସାବ୍ୟସ୍ତ ହୋଇଥିଲା । ପନ୍ତଙ୍କ ବ୍ୟାଟିଂ ଶୈଳୀ ବୋଲରଙ୍କୁ ଲାଇନ ଲେନ୍ଥ ଭାଙ୍ଗିବାରେ ସହାୟ ହୋଇଥାଏ ।
୫. ରୋହିତ-ଗମ୍ଭୀରଙ୍କ ବିଫଳ ରଣନୀତି: କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲା । ଟସ ଜିତି କରି ରୋହିତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ଟେଷ୍ଟରେ ଭୟ ସେମାନଙ୍କ ମନରେ ରହିଥିଲା ।

Leave A Reply

Your email address will not be published.