Latest Odisha News

BREAKING NEWS

ସପ୍ତାମାତୃକା ବେଶର ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ଆଜି ହେଉଛି ସପ୍ତମାତୃକା ବେଶର ପଞ୍ଚମ ଦିନ । ପଞ୍ଚମ ଦିନରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ । ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ମା’ ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା,ଖଡ୍‌ଗ ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ।

ଦୃଢ଼ ବିଶ୍ବାସ ରହିଛି ଯେ ଜଗଦ୍ଧାତ୍ରୀ ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ପ୍ରକାର ମାନସିକ ପୂରଣ ହୁଏ । ମା’ ଭଦ୍ରକାଳୀ ହେଉଛନ୍ତି ଆଦିଶକ୍ତି ସୃଷ୍ଟିର ସମସ୍ତ ଶକ୍ତିର ସେ ହେଉଛନ୍ତି ଅଧିକାରିଣୀ । ସମସ୍ତ ଜୀବ ଜଗତ, ପ୍ରାଣୀ ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି ହେଉଛି

 

ଆଜି ମା’ଙ୍କୁ ଜଗଦ୍ଧାତ୍ରୀ ବେଶରେ ଦର୍ଶନ କରିବା ପାଇଁ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଆସନ୍ତାକାଲି ମା’ ମହାସରସ୍ୱତୀ ବେଶରେ ଦର୍ଶନ ଦେବେ ।

Leave A Reply

Your email address will not be published.