Latest Odisha News

BREAKING NEWS

ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଏନଏସ ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କରେ ସୀମିତ ରହିଛି ।

ଏନସିଆରବି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ବିରୋଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ ଯାହା ବାସ୍ତବିକ ଲଜ୍ଜାଜନକ ସ୍ଥିତିରେ ଅଛି । ୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏହି କଥାକୁ ଜାଣି ପାରୁନଥିଲେ କିନ୍ତୁ ସବୁଠି ମହିଳା ସଶକ୍ତି କାରଣ କଥା କହୁଥିଲେ । ଏହାକୁ ତ୍ୱରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ । ଆମ ସରାକର ଏହାକୁ ଗୁରୁତର ସହ ବିଚାରକୁ ନେଉଛୁ, ଲଜ୍ଜାଜନକ ପରିସ୍ଥିତି ପାଇଁ ରହିଛି ଦୁଇଟି କାରଣ । ଖାମଖିଆଲି ଢଙ୍ଗରେ ତଦନ୍ତ କରିବା ଆଉ ଯଦି ପୁଣି ଚାପ ପଡିଲା ତାହେଲେ ମାମଲା ହେବ ନାହିଁ । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ, ଅନ୍ୟ ରାଜ୍ୟ ଗୁଡିକରେ ଦଣ୍ଡ ବିଧାନ ହାର ଅଧିକ ରହୁଥିବା ବେଳେ ଓଡ଼ିଶାରେ ଏତେ କମ୍ ।

ପୂର୍ବ ସରକାର କେବଳ ଡିଣ୍ଡିମ ପିଟୁଥିଲେ ମହିଳା ସଶକ୍ତିକରଣ ଉପରେ ଏସବୁ କଥା ଚାଲିବ ନାହିଁ । ବିଧାନସଭାରେ କହିଥିଲି, ଗତ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ମଧ୍ୟ କହିଥିଲି । ମହିଳା ବିରୋଧୀ ଅପରାଧ ଜଡିତ ସବୁ ମାମଲାକୁ ବିଚାର କରି ଦଣ୍ଡ ବିଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି । ଏହା ସହ ଏକ୍ସଟ୍ରା ଅର୍ଡିନାରି ପଦକ୍ଷେପ ନେବାକୁ ହେବ, ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରି କରିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.