Latest Odisha News

କମେଣ୍ଟରେ ଦେଇଥିଲେ ୪ଟି ପରାମର୍ଶ: ନିଜ ଆଡୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ: କମେଣ୍ଟରେ ଦେଲେ ୪ ପରାମର୍ଶ । ସିଧା ଏକ୍ସ ପୋଷ୍ଟରେ ନିଜ ଆଡୁ ୟୁଜର୍ସଙ୍କୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟେ ସିଇଓ । କହିଲେ, ତୁମେ କିଏ? କ’ଣ କରୁଛ? ମୋତେ ସିଧାସଳଖ କଣ୍ଟାକ୍ଟ କର? ଆମେ ଏକାଠି କାମ କରିପାରିବା? ଜୋମାଟୋ ସିଇଓ ଦିପିନ୍ଦର ଗୋୟାଲ ଏକ୍ସ ପୋଷ୍ଟ କମେଣ୍ଟର ବେଙ୍ଗାଲୁରୁର ଏକ ଯୁବକଙ୍କୁ କିଛି ଏପରି କହି ଚାକିରି ପ୍ରସ୍ତାବ ଦେଇଛନ୍ତି ।

ତେବେ ଜୋମେଟେ ଏବେ କ୍ୟାନସେଲ ହେଉଥିବା ଖାଇବା ପାଇଁ କିଛି ନୂଆ ଉପାୟ ବାହାର କରିଛି । ଖାଇବା ନଷ୍ଟ ହେବାରୁ ବଞ୍ଚେଇବାକୁ ଯାଇ ଜୋମାଟୋ ତାର ଗ୍ରାହକଙ୍କୁ ‘ଫୁଡ୍ ରେସ୍କୁ’ ସହ ପରିଚିତ କରାଇଛି । ଯେଉଁଥିରେ କ୍ୟାନସଲ ହୋଇଥିବା ଅଡରକୁ ସେହି ଆଖ ପାଖର ଗ୍ରାହକ ରିଅଡର କରିପାରିବେ । ଯାହା ସେମାନଙ୍କୁ ଖାଇବାର ପୂର୍ବ ମୂଲ୍ୟଠାରୁ ଅଧା ଦାମରେ ମିଳିବ ।

‘ଫୁଡ୍ ରେସ୍କୁ’ ଲଞ୍ଚ କରି ଦିପିନ୍ଦର ନିଜ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ଏଥିରେ ନିଜ ନିଜର ମତ ରଖୁଥିଲେ । ଯେଉଁଥିରେ ବେଙ୍ଗାଲୁରୁର ଭାନୁ ନାମକ ଯୁବକ ‘ଫୁଡ୍ ରେସ୍କୁ’ର ଅପବ୍ୟବହାରକୁ ରୋକିବା ପାଇଁ ଜୋମାଟୋକୁ ୪ଟି ପରାମର୍ଶ ଦେଇଥିଲେ । ଯାହାକୁ ପଢିବା ପରେ ଦିପିନ୍ଦର ସିଧା ତାଙ୍କୁ ଜୋମାଟୋ ସହ କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ତେବେ ୟୁଜର୍ସ ଭାନୁଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ:

  • କ୍ୟାନସେଲ ଅଡରକୁ ପୁନଃ ଅଡର କରାଗଲେ, ସେଠି ସିଓଡି, ଅର୍ଥାତ୍ କ୍ୟାସ ଅନ୍ ଡେଲିଭରି ଉପଲବ୍ଧ ହେବ ନାହିଁ
  • ଯଦି ଡେଲିଭରି ଲୋକେସନର ୫୦୦ ମିଟର ଭିତରେ ପହଞ୍ଚି ସାରିଥାଏ ତେବେ ସେଠି କ୍ୟାନସେଲକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ
  • ତେବେ ରିହାତି ପାଇବା ପାଇଁ ଦୁଇ ଜଣ ଖାଇବା ନିଜ ମଧ୍ୟରେ ବାଣ୍ଟି କରି ଏକାସାଙ୍ଗରେ ଅଡର କରି ଏକାସାଙ୍ଗରେ କ୍ୟାନସେଲ କରିବାର ସମ୍ଭାବନା ମଧ୍ୟ ରହିଛି
  • ଏବଂ ମାସକୁ ୨ଟା କ୍ୟାନସେଲ ହିଁ ବୈଧ ଅଟେ

ଯେଉଁ ପ୍ରସ୍ତାବରେ ସନ୍ତୁଷ୍ଟ ହୋଇ ଦିପିନ୍ଦର ଭାନୁଙ୍କୁ ପ୍ରଶଂସା କରିବା ସହ ତାଙ୍କ ସାଙ୍ଗରେ କାମ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଗୋୟାଲଙ୍କ ଅନୁଯାୟୀ, ରିଟର୍ଣ୍ଣ ପଲିସି ନଥିବାରୁ ବିଭିନ୍ନ କାରଣରୁ ଜୋମାଟୋରେ ଗ୍ରାହକ ମାନେ ଅଡର କ୍ୟାନସେଲ କରନ୍ତ । ଯେଉଁ କାରଣରୁ ବର୍ଷକୁ ପ୍ରାୟ ୪ ଲକ୍ଷରୁ ଅଧିକ ଅର୍ଡର ବାତିଲ ହୋଇଥାଏ । ନୂଆ ଫିଚର ଅନୁଯାୟୀ, ନିକଟସ୍ଥ ଗ୍ରାହକଙ୍କ ପାଇଁ ବାତିଲ ହୋଇଥିବା ଅର୍ଡରଗୁଡିକ ବର୍ତ୍ତମାନ ଶୋ’ କରିବ ।  ଯାହା ସେମାନଙ୍କୁ କମ୍ ମୂଲ୍ୟରେ ଏବଂ ଅଳ୍ପ ସମୟ ମଧ୍ୟରେ ମିଳିଯିବ । ଏହାଦ୍ବାରା ଖାଇବା ନଷ୍ଟ ହେବ ନାହିଁ ।

Comments are closed.