ଭୁବନେଶ୍ବର: ବିଜେଡିର ଆୟୁଷ ବହୁତ କମ୍ । ଏବେ ତ ବିଜେଡି ଆଇସିୟୁରେ ଅଛି । ସାଲାଇନ୍ ଲାଗିଛି । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ବରିଷ୍ଠ ବିଜେଡି ନେତା ଅତନୁଙ୍କ ବୟାନଙ୍କୁ କଡା ସମାଲୋଚନା କରି ଆଜି ଏପରି କିଛି ଜବାବ ରଖିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି ବିଜେଡି କଂଗ୍ରେସ ସହିତ ମିଶି ପୁଣି ସରକାର କରିବ। ଆମେ ସ୍ଵାଗତ କରୁଛୁ । ହେଲେ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ତ ବହୁତ କମ୍। ଏବେ ତ ବିଜେଡି ସାଲାଇନ ଲାଗିଲାଣି, ଆଇସିୟୁରେ ଅଛି। ଆଉ ସରକାରକୁ ଆସିବାକୁ ବିଜେଡିରେ ନେତୃତ୍ୱ କାହିଁ? ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ସେ କହିଛନ୍ତି ବିଜେଡି ଲିଜରେ ଚାଲିଥିଲା। କେତେବେଳେ ପ୍ୟାରୀ ଆଉ କେତେବେଳେ ପାଣ୍ଡିଆନ୍ ଦଳର ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଏଭଳି କହୁଛନ୍ତି ଅତନୁ ବୋଲି କଟାକ୍ଷ କରିଛନ୍ତି ଜୟନାରାୟଣ ।
ସେପଟେ ଜୟନାରାୟଣ ବୟାନକୁ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କ’ଣ ହେବ। ତାର ନିଷ୍ପତ୍ତି ଓଡ଼ିଶାର ଜନସାଧାରଣ ନେବେ । ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଉଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ ବୋଲି ପ୍ରତିଉତ୍ତର ଦେଇଛନ୍ତି ଧ୍ରୁବ।
Comments are closed.