Latest Odisha News

BREAKING NEWS

ଅଫିସର ବଦଳି ପ୍ରସଙ୍ଗ: ଜୟନାରାୟଣ କହିଲେ, ‘ନେତା ଭଲ ଅଫିସର ଚାହାନ୍ତି’

ଭୁବନେଶ୍ବର: ଅଫିସରମାନେ ସବୁବେଳେ ଚାହାନ୍ତି ସୁବିଧାବାଦୀ ଜାଗାରେ ପୋଷ୍ଟିଂ ହେବାକୁ । ଆଉ ନେତା ଚାହାନ୍ତି ସେମାନଙ୍କ ଅଞ୍ଚଳରେ ଭଲ ଅଫିସର ରୁହନ୍ତୁ । ସରକାରୀ ଅଫିସରଙ୍କ ବଦଳି ଏବଂ ପୋଷ୍ଟିଂରେ ରାଜନେତାଙ୍କ ଭୂମିକାକୁ ନେଇ ପ୍ରତିକ୍ରିୟା ରଖି କିଛି ଏପରି କହିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ।

ଅଫିସରଙ୍କ ବଦଳିରେ ନେତାଙ୍କ ହସ୍ତକ୍ଷେପକୁ ନେଇ ଜୟନାରାୟଣ କହିଛନ୍ତି, ଆମ ପଲଟିକାଲ ଲୋକ କିଏ ଚାପ ପକାଉଥିବେ । ସବୁବେଳେ ଅଫିସରମାନେ ଚାହାନ୍ତି ସେମାନେ ସୁବିଧା ଜାଗାରେ ରହିବେ । ଏନେଇ ସରକାର ନିଷ୍ପତ୍ତି ନେବେ କିଏ କେଉଁଠି ରହିବ । ଏଥିସହିତ ସେ କହିଛନ୍ତି, ନେତାମାନେ ଚାହାନ୍ତି  ଭଲ ଅଫିସର ତାଙ୍କ ଅଞ୍ଚଳରେ କାମ କରନ୍ତୁ । ଏନେଇ ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି, ବିଧାୟକ ଏବଂ ସାଂସଦମାନଙ୍କର ଅଧିକାର ଅଛି ସେମାନେ ନିଜ ନିର୍ବାଚନ ମଣ୍ଡଳୀକୁ ଭଲ ଅଫିସର ନେଇପାରିବେ । ସବୁ ସରକାରରେ ଏ ବ୍ୟବସ୍ଥା ରହିଥିଲା । ବିଜେଡିର ତ କିଛି ପାର୍ଟି ନଥିଲା । ମନମୁଖୀ ଶାସନ ଚାଲିଥିଲା, ପ୍ରତିନିଧିମାନେ କିଛି କରୁନଥିଲେ । ହେଲେ ଏବେ ସେଭଳି ହେଉନାହିଁ ବୋଲି କହିଛନ୍ତି ଜୟନାରାୟଣ ।

ତେବେ କହିରଖୁଛୁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ସମସ୍ତ ବିଭାଗର ସଚିବମାନଙ୍କୁ ଜିଠି ଲେଖି ବଦଳି ଆଉ ପୋଷ୍ଟିଂ ନେଇ ତାଗିଦ୍ କରିଥିଲେ ।  ବଦଳି ଏବଂ ପୋଷ୍ଟିଂ ପାଇଁ କୌଣସି ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମର ଉଲ୍ଲଂଘନ କରୁଛି। ନିୟମ ଉଲ୍ଲଂଘନ କରିବା ପାଇଁ ପ୍ରୟାସ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଏଥିସହିତ ସରକାରୀ ଚାକିରିରେ ସାଧୁତା, ସ୍ବଚ୍ଛତା ଅବଲମ୍ବନ ନ କଲେ ଆକ୍ସନ ନିଆଯିବ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ।

Comments are closed.